ଜଳସ୍ରୋତରେ ଭାସି କାଉଡିଆ ନିଖୋଜ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ପରଜଙ୍ଗ ଥାନା କୁଆଳୋ ଗ୍ରାମ ନିକଟସ୍ଥ ରେଙ୍ଗାଲୀ ବାମ କେନାଲରୁ ଜଳଲାଗି ପାଇଁ ପାଣି ଉଠାଉଥିବା ବେଳେ ଦୁଇ ଜଣ କାଉଡିଆ ଜଳ ସ୍ରୋତରେ ଭାସି ଯାଇଥିବା ଜଣାପଡିଛି । କେନାଲରେ ଭାସି ଯାଇ ନିଖୋଜ ଥିବା କାଉଡିଆ ଜଣଙ୍କ ତାଳଚେର ଆଇଟିଆଇ ଛକ ଅଂଚଳର ମହେଶ୍ୱର ବାରିକ ବୋଲି ଜଣାପଡିଛି । ସୂଚନା ଅନୁସାରେ ସୋମବାର ସକାଳେ ମହେଶ୍ୱର ଓ ତାଙ୍କର ଜଣେ ସାଥୀ କାଉଡିଆ ସ୍ଥାନୀୟ ଅଷ୍ଟଶମ୍ଭୁ ମନ୍ଦିରକୁ ଜଲଲାଗି ପାଇଁ ଆସିଥିଲେ । ଗ୍ରାମ ନିକଟସ୍ଥ ରେଙ୍ଗାଲୀ ବାମ କେନାଲରୁ ପାଣି ଉଠାଉଥିବା ବେଳେ ଅସାବଧାନତା କାରଣରୁ ଦୁଇ ଜଣ କେନାଲରେ ଭାସି ଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଜଣେ କାଉଡିଆଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଭାସି ନିଖୋଜ ଅଛନ୍ତି । ଖବର ପାଇ ଓଡ୍ରାଫ ଟିମ୍ ଓ ସ୍ଥାନୀୟ ପୋଲିସ ପହଞ୍ଚି ନିଖୋଜ କାଉଡିଆଙ୍କୁ ଖୋଜାଖୋଜି ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.

2 × three =