ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ମୁଖ୍ୟ ଲଷ୍ମଣ କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ମୁଖ୍ୟ ଲଷ୍ମଣ କୁମାର ପଣ୍ଡାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆକାଶବାଣୀ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘୋଷକ ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ବରିଷ୍ଠ ଉପସ୍ଥାପକ ନବୀନ କୁମାର ସାହୁ । ଏହାପରେ କେନ୍ଦ୍ରର ସମସ୍ତ ଉଦ୍‌ଘୋଷକ, ଉଦ୍‌ଘୋଷିକ, ଯୁବବାଣୀ, କିଷାନବାଣୀ, ଗୃହଲଷ୍ମୀ ବିଭାଗର ସମସ୍ତ ଉପସ୍ଥାପକ ଉପସ୍ଥାପିକା ଶ୍ରୀ ପଣ୍ଡାଙ୍କ ଆକାଶବାଣୀ ପ୍ରତିଥିବା ଅବଦାନ ଓ ସ୍ମୃତି ଅନୁଭୂତି ଉପସ୍ଥାପନ କରି ପଣ୍ଡାସାର ଆକାଶବାଣୀରୁ ଅବସର ନେଇଛନ୍ତି କିନ୍ତୁ ଆମକୁ ପରାମର୍ଶ ଦେବାକୁ ନୁହେଁ ଆମେ ଯେତେବେଳେ ଯାହା ଜାଣିବାକୁ ଚାହିଁବୁ ତାଙ୍କୁ ପଚାରିବୁ ଓ ସେ ଆମକୁ ପରାମର୍ଶ ଦେଉଥିବେ ବୋଲି ମତ ପ୍ରକାଶ କରିଥିଲେ । ଶ୍ରୀ ପଣ୍ଡା ନିଜ ବକ୍ତବ୍ୟରେ ସମସ୍ତଙ୍କୁ କର୍ମତତ୍ପର ହୋଇ ଆକାଶବାଣୀରେ କାମ କରିବା ସହିତ ସବୁବେଳେ ଜ୍ଞାନ ଆହରଣର ଅଭ୍ୟାସ ରଖିବା ଓ ଜୀବନରେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ କେନ୍ଦ୍ରର କାର୍ଯ୍ୟକ୍ରମ ପ୍ରସାରଣ ଅଧିକାରୀ ଦେବବ୍ରତ ଭୋଇ ।

Leave A Reply

Your email address will not be published.

three × 4 =

error: Content is protected !!