pakka

କେନାଲରେ ଗାଧୋଉଥିବା ବେଳେ ଭାସିଗଲେ ବୃଦ୍ଧ

bbehera

ସମ୍ବଲପୁର : ସମ୍ବଲପୁର ବୁର୍ଲା ପାଓ୍ୱାର କେନାଲର ବିଷ୍ଣୁ ମନ୍ଦିର ପଡ଼ାଘାଟରେ ଗାଧୋଉଥିବା ବେଳେ ଭାସିଗଲେ ବୃଦ୍ଧ । ନିଖୋଜ ବୃଦ୍ଧ ଜଣକ ବିଷ୍ଣୁ ମନ୍ଦିର ପଡ଼ାର ହରି ସାହୁ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବୁର୍ଲା ପାଓ୍ୱାର କେନାଲରେ ବୃଦ୍ଧ ଜଣକ ଗାଧୋଉଥିବା ବେଳେ ହଠାତ୍‌ ବୃଦ୍ଧ ହରି ସାହୁ ପାଣିରେ ବୁଡିଯାଇଥିଲେ । ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ସେପଟେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛି । ବୋଟ୍‌ ସହାୟତାରେ କେନାଲରେ ନିଖୋଜ ବୃଦ୍ଧଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ । ଏବେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ ।

jay balangir
Leave A Reply

Your email address will not be published.

17 − 15 =