ଟ୍ରାଫିକ କନେଷ୍ଟବଳଙ୍କୁ କାର ମଡ଼ାଇ ହତ୍ୟା ଉଦ୍ୟମ ଅଭିଯୋଗ

ଧଉଳି : ଧଉଳି ଥାନା ପୁଲିସ ଡ୍ୟୁଟିରେ ଥିବା ଟ୍ରାଫିକ କନେଷ୍ଟବଳଙ୍କୁ କାର ମଡ଼ାଇ ହତ୍ୟା ଉଦ୍ୟମ କରିବା ମାମଲାରେ ଜଣେ କାର ଚାଳକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅଭିଯୁକ୍ତ ଚାଳକ ଜଣଙ୍କ ହେଲେ ବଡ଼ଗଡ଼ ଥାନା ଅଧୀନ ବ୍ରିଟ କଲୋନୀରେ ରହୁଥିବା ପ୍ରକାଶ ପରିଡା (୪୨) । କୋର୍ଟରେ ତାଙ୍କ ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ପ୍ରକାଶଙ୍କ ବିରୋଧରେ ବଳରାମ ସ୍ୱାଇଁ ନାମକ ଜଣେ ଟ୍ରାଫିକ କନେଷ୍ଟବଳ ଥାନାରେ ଲିଖିତ ଅଭିଯାଗ କରିଥିଲେ ।

ବଳରାମ ଧଉଳି ଥାନା ଅଧୀନ ଲିଙ୍ଗିପୁର ଟ୍ରାଫିକ ପୋଷ୍ଟ ନିକଟରେ ଗତକାଲି ଡ୍ୟୁଟି କରୁଥିଲେ । ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଭୁବନେଶ୍ୱର ପଟୁ କାର ନଂ (ଓଡି ୦୨ ବିଭି ୪୩୭୧)ରେ ଉତ୍ତରା ଅଭିମୁଖେ ପ୍ରକାଶ ଆସୁଥିଲେ । ହେଲେ ଟ୍ରାଫିକ ରେଡ ସିଗିନାଲ ନିୟମ ନମାନି ପଳାଇଯିବାକୁ ଚେଷ୍ଟା କରୁଥିଲେ । ବଳରାମ କାରର ଫଟୋ ଉଠାଇଥିଲେ ।

ଏହାପରେ ପ୍ରକାଶଙ୍କ ସମେତ ଅନ୍ୟ ଜଣେ ସଂପର୍କୀୟ କାର ଭିତରୁ ବାହାରି ନୟାଗଡ଼ ଆରଟିଓଙ୍କ କାର କହି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏନେଇ ବଳରାମ ଓ ପ୍ରକାଶଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପ୍ରକାଶ ତାଙ୍କ ଆଡକୁ କାର ମଡ଼ାଇ ହତ୍ୟା ଉଦ୍ୟମ କରିଥିବା ନେଇ ଏତଲାରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.

12 + sixteen =