jsm

ବାରପୁଡୁଗିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ପ୍ରଧାନ ଶିକ୍ଷୟିତ୍ରୀ ନିଯୁକ୍ତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମ ପଂଚାୟତର ବାରପୁଡୁଗିଆ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଶିକ୍ଷୟିତ୍ରୀ ଭାବେ ସବିତା ଏକ୍କା ଯୋଗଦାନ କରିଛନ୍ତି । ଏହି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହେବା ଦିନଠୁ ଅଭିଭାବକ ଏବଂ ଅଂଚଳବାସୀ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ । ନିକଟ ଖୁଣ୍ଟପାଲି ଉଚ୍ଚ ବିଦ୍ୟାଳୟ ସୁକତେଲ ଜଳସେଚନ ଦ୍ୱାରା ବିସ୍ଥାପିତ ହୋଇଥିବା ଯୋଗୁଁ ଏହି ଅଂଚଳରେ ଶିକ୍ଷାର ବହୁତ ବାଧାପ୍ରାପ୍ତ ହୋଇଥିଲା । ବାରପୁଡୁଗିଆ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯୋଗଦାନ ସହିତ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ ଇତି ମଧ୍ୟରେ ଯୋଗ ଦେଇଛନ୍ତି । ଏ ଅଂଚଳରେ ଅଭିଭାବକଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଗତକାଲି ସ୍କୁଲ ପରିସରରେ ନୂତନ ଭାବରେ ଯୋଗ ଦେଇଥିବା ପ୍ରଥମ ପ୍ରଧାନ ଶିକ୍ଷୟିତ୍ରୀ ସବିତା ଏକ୍କାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ରବି ଚନ୍ଦ୍ର ଧରୁଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସହକାରୀ ଶିକ୍ଷକ ଉମେଶ ନାଗ, ସୁମନ୍ତ ନାଗ, ଜତିନ୍ଦ୍ର କୁମାର ସାହୁ ଏବଂ ବିଦ୍ୟାଳୟର ଉଦ୍ୟୋକ୍ତା ଜୟକୃଷ୍ଣ ମିଶ୍ର, ସଦାନନ୍ଦ ମହଲା, ପରମେଶ୍ୱର ନାଏକ, ରିଙ୍କୁ ନାଏକ, ସଂଜୟ ନାଏକ, ପ୍ରବୀଣ ବରିହା, ବିକାଶ ନାଏକ, କାଲିଆ ମହଲା, ଧୁବା ମହଲା ତଥା ବହୁ ଅଭିଭାବକମାନେ ଅଂଶଗ୍ରହଣ କରିଥିଲେ ।

yuvodaya
Leave A Reply

Your email address will not be published.