କ୍ୱାରେନଟାଇନ ସେଣ୍ଟର ହୋଇଥିବା ରିନବଚନ ସ୍କୁଲ ଅନାବନା ଲଟାରେ ପରିପୂର୍ଣ୍ଣ : ସରପଞ୍ଚଙ୍କ ନିଘା ନାହିଁ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମରେ ଥିବା ସ୍କୁଲ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ସୂଚନାରୁ ପ୍ରକାଶ ଯେ ମହାମାରୀ କରୋନା ପାଇଁ ରାଜ୍ୟ ସରକାର ପ୍ରତି ଗ୍ରାମପଞ୍ଚାୟତରେ ଥିବା ସ୍କୁଲମାନଙ୍କରେ ପ୍ରବାସୀ ଶ୍ରମିକମାନେ ରହିବା ପାଇଁ କ୍ୱାରେନଟାଇନ ସେଣ୍ଟର ବ୍ୟବସ୍ଥା କରିଥିଲେ ଓ ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ କରିଥିଲେ । କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ ମଧ୍ୟ । ରିନବଚନ ଗ୍ରାମପଞ୍ଚାୟତର ବଣ୍ଡାବାହାଲ, ବାଗଝୁଲା. ଉଚ୍ଚବାହାଲ ଓ ରିନବଚନ ଗ୍ରାମର ଅନେକ ପ୍ରବାସୀ ଶ୍ରମିକ ଆସି ଆସି ପ୍ରାୟ ଦେଢ଼ମାସରୁ ଅଧିକ ସମୟ ରହିଥିଲେ । କିନ୍ତୁ ଦୁଃଖର ବିଷୟ ଯେ ଏତେଲଟା ବୁଦା ଥିଲେ ମଧ୍ୟ ସରପଞ୍ଚ ସଫାସୁତୁରା କରିବା ପାଇଁ ବ୍ୟବସ୍ଥା କରି ନାହାନ୍ତି । ସମୟ ସମୟରେ ଏଠାରେ ବିଷଧର ସାପ ଦେଖା ଯାଉଛନ୍ତି । ବିଡ଼ିଓ ମହାଶୟ ସରପଞ୍ଚଙ୍କୁ ସଫା କରିବା ପାଇଁ ନିର୍ଦେଶ ଦେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି ।

Leave A Reply

Your email address will not be published.