csstore

ନିଆରା ଢଙ୍ଗରେ ମହିଳା ଦିବସ ପାଳନ କଲେ ସ୍କୁଲ୍‌ ପିଲା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଶିକ୍ଷା ବିଭାଗ ପକ୍ଷରୁ ୧୩ଟି କ୍ଲଷ୍ଟର୍‌ର ଶତାଧିକ ସ୍କୁଲରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀମାନେ ରେଲି ମାଧ୍ୟମରେ ଗ୍ରାମ ପରିକ୍ରମା କରି ବାଳିକା ଶିକ୍ଷା, ନାରୀ ସଶକ୍ତିକରଣ ଆଦି ପ୍ରସଙ୍ଗରେ ସ୍ଲୋଗାନ୍‌ ଦେବା ସହ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଉକ୍ତ ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବିଦ୍ୟାଳୟ ପକ୍ଷରୁ ପିଲାଙ୍କୁ ପୁସ୍ତକ ଉପହାର ପ୍ରଦାନ କରାଯାଇଥିଲା । ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଂଜୀବ କୁମାର ନାଏକଙ୍କ ନେତୃତ୍ୱରେ ପିରାମଲ୍‌ ଫାଉଣ୍ଡେସନ୍‌ର ଲାଞ୍ଜିଗଡ଼ ବ୍ଲକ୍‌ ମେନେଜର୍‌ ଶ୍ୱେତା ସିଂ, ସାଥ୍‌-ଇ କଳାହାଣ୍ଡି ଜିଲ୍ଲା ସଂଯୋଜକ ପରୀକ୍ଷିତ ବେହେରା, ଲାଞ୍ଜିଗଡ଼ ସିଆର୍‌ସିସି ଏମ୍‌ ସୁନ୍ଦର ଶେଖର, ମସ୍କାଗୁଡ଼ା ସିଆର୍‌ସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ, ଗୋବର୍ଦ୍ଧନପୁର ସିଆର୍‌ସିସି ତପନ କୁମାର ଭୋଇ, ପେଙ୍ଗସୁର ସିଆର୍‌ସିସି ଗୁରୁଗୋବିନ୍ଦ ମହାନ୍ତି, ବିଶ୍ୱନାଥପୁର ସିଆର୍‌ସିସି ବିଜୟ ରାୟ, ବିଜେପୁର ସିଆର୍‌ସିସି ଜଗଦୀଶ ପୁଟ୍ଟା, ଭଟାଙ୍ଗପଦର ସିଆର୍‌ସିସି ଭାରତ ଭୂଷଣ ସାହୁ, ହରେକୃଷ୍ଣପୁର ସିଆର୍‌ସିସି ରାଧାମାଧବ ରଥ, ଚମ୍ପାଦେଇପୁର ସିଆର୍‌ସିସି ଯଶୋଦା ମାଳବିଷୋୟୀ, ମାଳିଯୁବାଙ୍ଗ ସିଆର୍‌ସିସି ପରମେଶ୍ୱର ନାଏକ, କାନକୁଟ୍ରୁ ସିଆର୍‌ସିସି ଗୌରବ ନାଏକ, ବନ୍ଧପାରୀ ସିଆର୍‌ସିସି ପ୍ରଭାତ କୁମାର ପାଠୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏଥିରେ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.