om academy

ନିଟ୍‌ ପରୀକ୍ଷାରେ ସ୍ଵୟାଂଶୁ ନାହାକଙ୍କ ସଫଳତାକୁ ନେଇ ପରିବାର ଓ ବନ୍ଧୁବର୍ଗଙ୍କ ମଧ୍ୟରେ ବେଶ ଉତ୍ସାହ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ମାଲପଡା ବାସିନ୍ଦା ମୁନ୍ ଅପ୍ଟିକାଲର ଓନର ଇନ୍ଦ୍ରମଣି ନାହାକ ଓ ସ୍ୱର୍ଗତ ସବିତା ନାହାକଙ୍କ ପୁଅ ଭୁବନେଶ୍ୱର ଡିଏଭି (ସିଏସ) ସ୍କୁଲର ଛାତ୍ର ସ୍ଵୟାଂଶୁ ନାହାକ ସମୁଦାୟ ୬୦୮ ମାର୍କ ରଖି ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେଡିକାଲ ପଢିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ପ୍ରଥମ ପ୍ରୟାସରେ ନିଟ୍‌ରେ ସଫଳତା ହାସଲ କରିଛନ୍ତି । ତାଙ୍କର ମା’ ସ୍ୱର୍ଗତ ସବିତା ନାହାକ ପିଲାଦିନରୁ ଦେଖିଥିବା ସ୍ୱପ୍ନକୁ ସାକାର କରିଛନ୍ତି ସ୍ଵୟାଂଶୁ । ସେ ବଲାଙ୍ଗିର ଏଲ୍‌ଏଫ୍ଏସ୍‌ ସ୍କୁଲ ୧୦ମ ଆଇସିଏସ୍‌ଇ ପରୀକ୍ଷାରେ ୯୭.୪ ପ୍ରତିଶତ ରଖିଥିଲେ । ସେ ଏହି ବର୍ଷ ଡିଏଭି ସ୍କୁଲ ସିବିଏସ୍‌ଇ +୨ ପରୀକ୍ଷାରେ ୯୨.୪ ପ୍ରତିଶତ ନମ୍ବର ରଖିଥିଲେ । ସ୍ଵୟାଂଶୁ ନିଜେ କଠିନ ପରିଶ୍ରମ କରି ଏ ସଫଳତା ହାସଲ କରିଛନ୍ତି । ପରିବାର ଓ ବନ୍ଧୁ ବର୍ଗ ତରଫରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି ।

Leave A Reply

Your email address will not be published.

seventeen − seven =