ପୂଜା ମଣ୍ଡପର ନବୀକରଣ ଓ ନାଟକ ପୁର୍ନବିବାହ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : କୋଏଲ ନଗରସ୍ଥିତ କୋଏଲ କ୍ଲବ ପୂଜା ମଣ୍ଡପର ନବୀକରଣ ଓ ହାସ୍ୟ ରସାତ୍ମକ ନାଟକ ପୁର୍ନବିବାହ ମଞ୍ଚସ୍ଥ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦେବେନ୍ଦ୍ରନାଥ ନାୟକଙ୍କ ସଭାପତିତ୍ୱ, ସମ୍ପାଦିକା ଜୟଶ୍ରୀ ପାଣିଗ୍ରାହୀଙ୍କ ଆବାହକତ୍ୱ ଓ ମୁଖ୍ୟ ସଂଯୋଜକ ଦିଲ୍ଲୀପ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀକରଣ ମଣ୍ଡପକୁ ଉଦ୍‌ଘାଟନ କରିବା ସହ ହାସ୍ୟ ରସାତ୍ମକ ନାଟକକୁ ଉପଭୋଗ କରିଥିଲେ । ପୁନର୍ବିବାହ ନାଟକକୁ ବନ୍ଦିତା ମହାନ୍ତି ନିର୍ଦ୍ଦେଶନା ଦେଇଥିବାବେଳେ ଏଥିରେ ବନ୍ଦିତା ମହାନ୍ତି, ଅଲ୍ୟଳ ବେହେରା, ଶିବପ୍ରସାଦ ମହାନ୍ତି, ମନୋରଞ୍ଜନ ବକ୍ସି, ସବିତା ଜେନା ପ୍ରମୁଖ ଅଭିନୟ କରିଥିଲେ । ଏହି ଅବସରରେ କୋଏଲ ନଗର ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିରର ପ୍ରତିଷ୍ଠାତା ପ୍ରାକ୍ତନ ଗଜପତି ଉପେନ୍ଦ୍ର କୁମାର ନାୟକଙ୍କୁ ଉତ୍ତରୀୟ, ପୁଷ୍ପଗୁଛ, ଖଡ୍ଗ, ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ପାର୍ଥ ପ୍ରଦୀପ ଦେ, ଶୁଭେନ୍ଦୁ ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଅଶୋକ କୁମାର ମହାନ୍ତି, ପ୍ରଫେସର ଶ୍ୟାମ ପ୍ରସାଦ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡ. କୃପାସିନ୍ଧୁ ନାୟକ, ବ୍ରଜେନ୍ଦ୍ର ଦାଶ, ପ୍ରାକ୍ତନ ସଭାପତି ରାଜ କୁମାର ସାମଲ, ଡ. ସମର ମୁଦାଲି, ବିଜୟ କୁମାର ପାତ୍ର, ପ୍ରଦୀପ ନାୟକ, ଦିପ୍ତି ମହାପାତ୍ର, ସଂଜୀବ ମହାନ୍ତି, ଆଲୋକ ବୋଷ, ଗଙ୍ଗାଧର ଜେନା ପ୍ରମୁଖଙ୍କ ସହ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ତଥା ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ । ଶେଷରେ ସଂଯୋଜକ ଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.