csstore

ଆଦ୍ୟାଶକ୍ତି ନାରୀ ସଂଗଠନର କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ମହିଳା ଅନୁଷ୍ଠାନ ଆଦ୍ୟାଶକ୍ତି ନାରୀ ସଂଗଠନର ଦ୍ୱିତୀୟ ବାର୍ଷିକ କର୍ମକର୍ତ୍ତା ନିର୍ବାଚନ ମାଳତି ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୀନାରାୟଣ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ସମ୍ମତିକ୍ରମେ ମାଳତି ଉଦ୍‌ଗାତା ସଭାପତି, କବିତା ମିଶ୍ର ଉପସଭାପତି, କସ୍ତୁରୀ ରଥ ସଂପାଦକ, ତପସ୍ୱିନୀ ପଶାୟତ ସହ ସଂପାଦକ, ନିହାରିକା ମିଶ୍ର କୋଷାଧ୍ୟକ୍ଷ ଭାବେ ମନୋନିତ ହୋଇଥିଲେ । ସଂଗଠନର କାର୍ଯ୍ୟକାରୀ କମିଟିରେ ଜ୍ୟୋତିରାଣୀ ମିଶ୍ର, ଆରତୀ ମିଶ୍ର, ପ୍ରତୀମା ମିଶ୍ର, ସଂଗୀତା ମିଶ୍ର, ନଳିନୀ ପ୍ରଭା ଶତପଥି, ରଶ୍ମି ପାତ୍ର ଓ ସଂଯୁକ୍ତା ମିଶ୍ରଙ୍କୁ ଗ୍ରହଣ କରାଯାଇଛି । ଅନୁଷ୍ଠାନକୁ ମାର୍ଗଦର୍ଶନ ଦେବା ପାଇଁ ଡଃ. ଜ୍ୟୋସ୍ନାମୟୀ ମହାପାତ୍ର, ଏଲୋରା ମିଶ୍ର, ଡଃ. ସନ୍ଧ୍ୟାରାଣୀ ପଣ୍ଡା, ବିଜୟଲକ୍ଷ୍ମୀ ମିଶ୍ର ଓ କୁମୁଦିନୀ ମିଶ୍ରଙ୍କୁ ଉପଦେଷ୍ଟା କମିଟିରେ ରଖାଯାଇଛି । ଏହି ସଭାରେ ଦୀପ୍ତିମୟୀ ମିଶ୍ର, ମିନାକ୍ଷୀ ଗୁରୁ, ରିନାରାଣୀ ଶତପଥି, ନିରୁପମା ମିଶ୍ର, ସଂଯୁକ୍ତା ମିଶ୍ର, ମାଧୁରି କୁଅଁର, ସରୀତା ମିଶ୍ର, ପୁଷ୍ପଲତା ମିଶ୍ର ଏବଂ ସହଯୋଗୀ ସଭ୍ୟ ଭାବରେ ଡଃ. ଅଶୋକ କୁମାର ସେଠୀ, ମଧୁ ସାହୁ, ଅରୁଣ ଖୁଆସ, କେଶବ ମିଶ୍ର ଓ ମଦନ ମୋହନ ରଥ ଉପସ୍ଥିତ ଥିଲେ । ଶେଷରେ ତପସ୍ୱିନୀ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.