csstore

ଖୋର୍ଦ୍ଧା ଜିଲ୍ଲାର ଅଣ୍ଡା ଗ୍ରାମରେ ନବତ୍ରିଂଶ ଷୋଳପ୍ରହର ନାମଯଜ୍ଞ ଉଦ୍‌ଯାପିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖୋର୍ଦ୍ଧା ଜିଲ୍ଲାର ରାୟପୁର, ବନମାଳୀପୁର ତଥା ଅଣ୍ଡା ଗାଁରେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥୀ ଇଂ- ୭ ତାରିଖରୁ ଶ୍ରୀ ଶ୍ରୀ ମଦନମୋହନ ଦେବଙ୍କ ପୀଠରେ ଆରମ୍ଭ ହୋଇଥିବା ନବତ୍ରିଂଶ ଷୋଳପ୍ରହର ନାମଯଜ୍ଞ ମହୋତ୍ସବ ଗତ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ଏହି ଗ୍ରାମରେ ଉଦ୍‌ଯାପନୀ ଦିବସରେ ଦଧିହାଣ୍ଡି ଭଙ୍ଗ, ନଗର ପରିକ୍ରମା, ଯମୁନାସ୍ନାନ ଆଦି ସମାପନ କ୍ଷେତ୍ରରେ ୪ଟି ପୁରୁଷ ଦଳଙ୍କ ସହ ୮ଟି ମହିଳା ଦଳଙ୍କ ସଂକୀର୍ତ୍ତନ ମଣ୍ଡଳୀମାନଙ୍କ ଉଦଣ୍ଡକୀର୍ତ୍ତନ ନୃତ୍ୟ ବିରାଟ ପଟୁଆରରେ ଗାଁ ପରିବେଶ ପ୍ରକମ୍ପିତ ହୋଇ ସବୁରି ମନରେ କୃଷ୍ଣପ୍ରେମରେ ଭକ୍ତି ଭାବାବେଗ ଜାଗୃତି ହୋଇଥିଲା । ଶେଷରେ ଅନୁଷ୍ଠିତ ଅନ୍ନପ୍ରସାଦ ଯଜ୍ଞରେ ଏକ ନିଆରା ଭାଇଚାରା ସୃଷ୍ଟି କରି ଭାବ ବନ୍ଧନରେ ଉତ୍ସବ ପରିସରରେ ଆହ୍ଲାଦିତ କରିଥିଲା ।

jayashree
Leave A Reply

Your email address will not be published.