pakka

ଲାଠୋରରେ ନାମଯଜ୍ଞ

bbehera

ଲାଠୋର, (କେନିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ୍‌ ଲାଠୋର ପ୍ରହରୀ ମଣ୍ଡପ ଠାରେ ଚୋବିଶ ପ୍ରହର ନାମଯଜ୍ଞ ଗତକାଲି ଆରମ୍ଭ ହୋଇଯାଇଛି । ଏଥିପାଇଁ ଶୁକ୍ରବାର ସନ୍ଧ୍ୟାରେ ରଜାକଟାଠାରୁ ଶୋଭାଯାତ୍ରାରେ ପୂର୍ଣ୍ଣ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଶେଷଦେବ ଭଇଁଷାଳ ଓ ଅନିତା ଭଇଁଷାଳ କର୍ତ୍ତା, ସୁବାସ ଦାସ ଓ ସଦାଶିବ ଷଡଙ୍ଗୀ ପୂଜକ ଦାୟିତ୍ୱ ନିର୍ବାହ କରିଥିଲେ । କମିଟି ସଭାପତି ଶଙ୍କର ଅଗ୍ରୱାଲ, ସମ୍ପାଦକ ସନ୍ତୋଷ ବିଶି, ହରେକୃଷ୍ଣ ଭଇଁଷାଳ, ବାଲେ ମେହେର, ଜଗନ୍ନାଥ ଅଗ୍ରୱାଲ, ଅଲେଖ ଖରସେଲ ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

6 + two =

error: Content is protected !!