ନଳକୂପ ଅଚଳ : ପିଇବା ପାଣି ପାଇଁ ଲୋକେ ଡ଼ହକ ବିକଳ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ନିକଟ ତିନି ଛକଠାରେ ଥିବା ନଳକୂପ ଅଚଳ ହୋଇପଡିଛି । ଫଳରେ ପାଣି ଟୋପେ ପାଇଁ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଛି । ଏହି ନଳକୂପରେ ବହୁ ପରିବାର ନିର୍ଭର କରନ୍ତି । କିନ୍ତୁ ଏହା ଅଚଳ ଥିବାରୁ ବହୁ ଲୋକ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଏଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଇପ ସଂଯୋଗ ହୋଇନାହିଁ । ଏଠାରେ ମାତ୍ର ଗୋଟିଏ ହିଁ ନଳକୂପ ଥିବାରୁ ବାଧ୍ୟହୋଇ ସେହି ନଳକୂପର ପାଣି ଦୈନନ୍ଦିନ ବ୍ୟବହାର କରିଥାନ୍ତି । ଗତ ୧୦ଦିନ ହେବ ନଳକୂପ ଅଚଳ ହେବା କାରଣରୁ ଗ୍ରାମବାସୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ନଳକୂପ ମରାମତି ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.

19 + 19 =