pr

ବନ୍ଧା ହେଲେ ନକଲି ଡାକ୍ତର ବାବୁ

dr. purohit

ସଇଁତଲା : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଂଚଳରେ ଛତୁ ଫୁଟିଲା ଭଳି ବେଆଇନ କ୍ଲିନିକ ଖୋଲିବା ସହ ନକଲି ଡାକ୍ତରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଗାଁରେ ମାଲମାଲ ନକଲି ଡାକ୍ତର ରୋଗୀଙ୍କୁ ଚିକିତ୍ସା କରି ଜୀବନ ସହ ଖେଳ ଖେଳୁଥିବା ବେଳେ ଆଜି ପୁଣି ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଗିରଫ କରିଥିବା ନେଇ ଅଂଚଳରେ ଜୋର ଚର୍ଚ୍ଚା ଧରିଛି । ସଇଁତଲା ଥାନା ଟିକ୍ରାପଡା ଅଂଚଳରେ ଦୀର୍ଘ ବର୍ଷ ହେବ ବେଆଇନ ଭାବେ କ୍ଲିନିକ ଖୋଲିବା ସହ ଡାକ୍ତର ସାଜି ଲୋକଙ୍କୁ ଚିକିତ୍ସା କରିବା ସହ ଜୀବନ ସହ ଖେଳ କରୁଥିଲେ, କିନ୍ତୁ ପୋଲିସ ପାଖରେ ଅଭିଯୋଗ ପରେ ବେଆଇନ ଭାବେ ଖୋଳାଯାଇଥିବା ନକଲି ଡାକ୍ତର ବାବାୁଙ୍କ କ୍ଲିନିକ ଉପରେ ଚଢ଼ାଉ କରି ନକଲି ଡ଼ାକ୍ତର ବାବୁଙ୍କୁ ଗିରଫ କରିଛି ସଇଁତଲା ପୋଲିସ । ତାଙ୍କ ନିକଟରୁ ବିପୁଳ ପରିମାଣରେ ଔଷଧ ମଧ୍ୟ ଜବତ କରିଛି ସଇଁତଲା ପୋଲିସ । ଅଭିଯୁକ୍ତ ନକଲି ଡାକ୍ତର ବାବୁ ଜଣକ ହେଲେ ଟିକ୍ରାପଡା ଗାଁର ବିଦ୍ୟୁତ କୁମାର ବିଶ୍ୱାସ । ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ସଇଁତଲା ଆଇଆଇସି ସୁଶାନ୍ତ ବଢ଼େଇ ସୂଚନା ଦେଇଛନ୍ତି ।

nrusinghnath
Leave A Reply

Your email address will not be published.