pakka

ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସିଆରପିଏଫ ୧୮୯ ବାଟାଲିଅନ ତରଫରୁ ନାଗରିକ ସଂପର୍କ ଅଭିଯାନ ଆୟୋଜିତ

bbehera

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ସିଆରପିଏଫ ୧୮୯ ବାଟାଲିଅନ ତରଫରୁ ନାଗରିକ ସଂପର୍କ ଅଭିଯାନ ଆୟୋଜିତ ହୋଇଯାଇଛି । ଦେଶର ସୁରକ୍ଷାକୁ ନେଇ ବି-ସିଆର୍‌ପିଏଫ୍‌ (ଖପ୍ରାଖୋଲ) ଓ ଡି-ସିଆର୍‌ପିଏଫ୍‌ (ହରିଶଙ୍କର) ଦ୍ୱାରା ଏହି ନାଗରିକ ସଂପର୍କ ଅଭିଯାନ ଆୟୋଜିତ ହୋଇଥିଲା । ସିଆରପିଏଫ କମାଣ୍ଡେଣ୍ଟ ପୱନ କୁମାର ତିୱାରୀଙ୍କ ମାର୍ଗଦର୍ଶନରେ ସେକେଣ୍ଡ ଇନ୍‌ କମାଣ୍ଡ ପି.କେ.ସାହୁ, ଡେପୁଟି କମାଣ୍ଡେଣ୍ଟ ରାଜୀବ କୁମାର, ସହକାରୀ କମାଣ୍ଡ ଲଖବିନ୍ଦର ସିଂଙ୍କ ଉପସ୍ଥିତିରେ ରେଡିଓ ସେଟ୍ ସୌର ଚାଳିତ ଲାନଟିନ, ଅତ୍ୟାବଶ୍ୟକ ଔଷଧ ଆଦି ହରିଶଙ୍କର, ଚଞ୍ଚଲବାହାଲି, ନୂଆଁପାଲି, ବାଟିପଥର, ବୁରୋମାଲ, ବାହ୍ମନୀ, ତୁର୍ଲା, ତାମ୍ବିପଦର, ବାଘଝରନ, ନାନ୍ଦୁପଲା, ଡୁଡୁଙ୍ଗଧରା, ଭରତିଆ, ଲୁହୁରାଡୁଙ୍ଗୁରୀ, ଯମୁନାପାଲି, କନ୍ଦରାଭଟା, ମହୁଲପାଲି, ସର୍ଗିପାଲି, ମହରାପଦର, କୁତୁର୍ଲା ଗ୍ରାମରେ ବଣ୍ଟନ କରିଥିଲେ । ଏହି ଅବସରରେ ସିଆରପିଏଫ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ ଗ୍ରାମବାସୀମାନଙ୍କୁ ସଚେତନ କରିବା ସହ ସେମାନେ ଯଦି କୌଣସି ସମସ୍ୟା ଭୋଗୁଛନ୍ତି । ତେବେ ତାହା ସିଆରପିଏଫର କମ୍ପାନୀ କମାଣ୍ଡରମାନଙ୍କୁ ସୂଚୀତ କଲେ ତାର ସମାଧାନ କରାଯିବ । ଏଥିପାଇଁ ସମସ୍ତ ଗ୍ରାମର ଅଧିବାସୀମାନେ ସଚେତନ ହେବାକୁ ସେ ଅନୁରୋଧ କରିଥିଲେ । ଏହି କାର୍ୟ୍ୟକ୍ରମରେ ବିଭିନ୍ନ ଗ୍ରାମର ଅଧିବାସୀମାନେ ତଥା ଗଣମାନ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ନିଜକୁ ସମର୍ପିତ କରି ସିଆରପିଏଫ ୧୮୯ ବାଟାଲିଅନ ଦେଶର ସମ୍ମାନ ବଜାୟ ରଖିବାକୁ ସର୍ବଦା ସମର୍ପିତ ତଥା ବିଭିନ୍ନ ସମୟରେ ସିଆରପିଏଫ ୧୮୯ ବାଟାଲିଅନ ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରି ସାଧାରଣ ଲୋକଙ୍କ ସହ ଏକ ଆତ୍ମିକ ଭାବଗତ ସଂପର୍କ ରଖି ଆସିଛି । ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବାଣ୍ଟି ଆସିଛି ।

jay balangir
Leave A Reply

Your email address will not be published.

1 × three =