pakka

ଖପ୍ରାଡୁଙ୍ଗୁରି ମଠର ବିକାଶ ପାଇଁ ବୈଠକ

bbehera

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ପଞ୍ଚାୟତ ଦେଓଗାଁ ନିକଟସ୍ଥ ଖପ୍ରାଡୁଙ୍ଗୁରି ସ୍ଥିତ ସପ୍ତର୍ଷି ମଠ ପରିସରରେ ମଠର ବିକାଶ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମଠ ମହନ୍ତ ପ୍ରଣବ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ସାମ୍ବାଦିକ ରମାକାନ୍ତ ରାଜପଲିଆ ସଭା ପରିଚାଳନା କରିଥିଲେ । ସଭାରେ ଧୁମାଭଟା ସରପଞ୍ଚ ବନମାଳୀ ନାଏକ, ଟିକ୍ରାପଡା ସରପଞ୍ଚ ନରେନ୍ଦ୍ର କଲେତ, ସାମାଜିକ କର୍ମୀ ପ୍ରଶାନ୍ତ ଦାଶ, ଆଇନଜୀବୀ ଗୌରଚନ୍ଦ୍ର ରାଜପଲିଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ମଠର ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଜନ ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଥିଲା । ଏହା ସହିତ ମଠର ବିକାଶ ପାଇଁ ଯଥାସାଧ୍ୟ ପ୍ରଚେଷ୍ଟା କରାଯିବ ବୋଲି ନବ ନିର୍ବାଚିତ ସରପଞ୍ଚମାନେ ପ୍ରକାଶ କରିଥିଲେ । ଉକ୍ତ ସଭାରେ ଅଧ୍ୟାପକ ଅରୁଣ କୁମାର ବୁଡେକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ବୈଠକରେ ବିଭିନ୍ନ ଅଞ୍ଚଳରୁ ବହୁ ବୁଦ୍ଧିଜୀବୀ ଓ ଜନ ସାଧାରଣମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

eleven + 6 =