ବରିଷ୍ଠ ନାଗରିକ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଏହି ସଭା ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ସ୍ଥିତ ସେଣ୍ଡେନାରୀ ହଲରେ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଓ ଓଟିଭି ପଶ୍ଚିମ ଓଡିଶା ମୁଖ୍ୟ ମନୋରଂଜନ ଯୋଷୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମଂଚର ସଭାପତି ପ୍ରଭାକର ମିଶ୍ର ସଭାପତିତ୍ୱ କରିଥିଲେ ଓ ମନୋରଂଜନ ମିଶ୍ର ସାଧାରଣ ସଂପାଦକ ସଂପାଦକୀୟ ବିବରଣୀ ପଠନ କରିଥିଲେ । ମଂଚର ସଦସ୍ୟ ମଧୁସୂଦନ ନାୟକ ସଭା ପରିଚାଳନା କରିଥିଲେ । ବରିଷ୍ଠ ନାଗରିକ ମଂଚ ପକ୍ଷରୁ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ଡ. ଗୋପବନ୍ଧୁ ରଥ ଓ ରତ୍ନମାଳା ବହିଦାରଙ୍କୁ ଯଥାକ୍ରମେ ଉତ୍କୃଷ୍ଠ କୋଶଲି ଭାଷା ସାହିତ୍ୟର ଲେଖକ ଓ ଉତ୍କୃଷ୍ଠ ସେବା ଭାବେ ସମ୍ମାନିତ କରି ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କ ମାନପତ୍ର ପଦ୍ମଚରଣ ଆଚାର୍ଯ୍ୟ, ଡ. ଗୋପବନ୍ଧୁ ରଥଙ୍କ ମାନପତ୍ର ଧନଞ୍ଜୟ ମିଶ୍ର ଓ ଶ୍ରୀମତୀ ରତ୍ନମାଳ ବହିଦାରଙ୍କ ମାନପତ୍ର କପିଳେଶ୍ୱର ଖମାରୀ ପଠନ କରିଥିଲେ । ସୁଧାଂଶୁ ଶେଖର ଦର୍ଜୀ ମୁଖ୍ୟ ଉପଦେଷ୍ଟା ଓ ଅଶୋକ କୁମାର ମିଶ୍ର ଯଥାକ୍ରମ ନରସିଂହ ମିଶ୍ର ବିଧାୟକ ଓ ମନୋରଂଜନ ଯୋଷୀଙ୍କୁ ଉପଢୌକନ ପ୍ରଦାନ କରିଥିଲେ । ବଲାଙ୍ଗିର ସୈନିକ ସଂଘର ପ୍ରତାପ ରଥ, ସମ୍ପାଦକ ଓ ସାଥୀମାନେ ମଧ୍ୟ ଉପରୋକ୍ତ ଅତିଥିତ୍ରୟଙ୍କୁ ସମ୍ମାନିତ କରିଥିଲେ । ସାମ୍ବାଦିକ ଶ୍ରୀ ଯୋଷୀ ବରିଷ୍ଠ ନାଗରିକମାନେ ଦେଶର ସଂପଦ ଭାବେ ସରକାର ଘୋଷଣା କରିବାକୁ କହିଥିଲେ ଓ ବରିଷ୍ଠ ନାଗରିକଙ୍କ ପାଇଁ ଏକ ସ୍ୱତନ୍ତ୍ର ମନ୍ତ୍ରୀସ୍ତରୀୟ ବିଭାଗ ରହିବା ଉଚିତ୍‌ ବୋଲି କହିଥିଲେ । ବିଧାୟକ ନରସିଂହ ମିଶ୍ର ପ୍ରଥମେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଦସ୍ୟତା ଗ୍ରହଣ କରିବାକୁ ଘୋଷଣା କଲେ ଓ ବରିଷ୍ଠ ନାଗରିକମାନଙ୍କ ମାସିକ ଭତ୍ତା ୫୦୦ରୁ ୨୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସରକାରଙ୍କଠାରେ ଦାବୀ ଉପସ୍ଥାପନ ଜାରି ରଖିଛନ୍ତି ବୋଲି କହିଥିଲେ । ପୁନଶ୍ଚ ତାଙ୍କ ଏମ୍‌.ଏଲ୍‌.ଏ. ଲାଟ୍‌ରୁ ଏକ ଅଫିସ ଗୃହ ତିଆରି ନିମନ୍ତେ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ଦୁଃଖିଶ୍ୟାମ ତ୍ରିପାଠୀ ଓ ତାଙ୍କ ପୁଅ ଶିବାନନ୍ଦ ତ୍ରିପାଠୀ, ବାସୁଦେବ ମେହେର ଓ କପିଳେଶ୍ୱର ଖମାରୀ ଜଗନ୍ନାଥ ଜଣାଣ ଗାନ କରିଥିଲେ । ଦୀପ ପ୍ରଜ୍ଜଳନ ସମୟରେ କସ୍ତୁରୀ ରଥ ଦେବୀ ଶ୍ଲୋକ ଗାନ କରିଥିଲେ । ପ୍ରଭାକର ମିଶ୍ରଙ୍କ ସଭାପତି ଅଭିଭାଷଣ ପରେ ସୁନୀଲ ଚନ୍ଦ୍ର ବିଶ୍ୱାଲ, ଅତିରିକ୍ତ ସାଧାରଣ ସଂପାଦକ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା । ଏହି ସଭାରେ ବଲାଙ୍ଗିରର ସମଭାବାପନ୍ନ ସଂଘ ଯଥା ନାଗରିକ କମିଟି, ବାର୍‌ ଏସୋସିଏସନ୍‌, ରେଳ ଉପଭୋକ୍ତା ସଂଘ, ସୈନିକ ସଂଘ, ବ୍ରାହ୍ମଣ ମହାସଭା ଇତ୍ୟାଦି ଯୋଗ ଦେଇଥିଲେ ।

Leave A Reply

Your email address will not be published.

13 − four =