csstore

ବରିଷ୍ଠ ନାଗରିକ ମଂଚର ଫିଜିଓଥେରାପି ସେମିନାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଦସ୍ୟମାନଙ୍କ ସକାଶେ ସ୍ଥାନୀୟ ସି.ଆର୍‌.ସି. ଠାରେ ଫିଜିଓଥେରାପି ତଥା ଅନ୍ୟାନ୍ୟ ଚିକିତ୍ସା ବାବଦରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ମଂଚାସୀନ ଥିଲେ ନିର୍ଦ୍ଦେଶକ ଗୁରୁବକ୍ସ ଚାନ୍ଦ ଯଗୋଟା, ସଭାପତି ପ୍ରଭାକର ମିଶ୍ର, ସାଧାରଣ ସଂପାଦକ କପିଳେଶ୍ୱର ଖମାରୀ, ସ୍ୱାଗତ ଭାଷଣ ତଥା ସଭା ସଂଯୋଜନା କରିଥିଲେ ପୁର୍ନବାସ ଅଧିକାରୀ ସୌମ୍ୟଶେଖର ପାଣିଗ୍ରାହୀ । ଫିଜିଓଥେରାପି ତଥା ଅନ୍ୟାନ୍ୟ ଚିକିତ୍ସା ବାବଦରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଇଥିଲେ ଅଧ୍ୟାପକ ଓ ଅଧ୍ୟାପିକା ବିଶ୍ୱଜିତ କାନୁନଗୋ, ଶତାବ୍ଦୀ ଜେନା ସାମନ୍ତ, ରଂଜିତା ପଣ୍ଡା, ଅମ୍ରୁତା ପ୍ରିତମ । ଦିବ୍ୟାଙ୍ଗ ଗରିବ ଶ୍ରେଣୀଭୁକ୍ତ ଲୋକମାନେ କିପରି ଭାବରେ ଉପଯୁକ୍ତ ଚିକିତ୍ସା ମାଗଣାରେ ପାଇବେ ତଥା ବିଭିନ୍ନ ପ୍ରକାର ସରଞ୍ଜାମ ମାଗଣାରେ ପାଇବେ ତା ଉପରେ ପ୍ରଧାନମନ୍ତ୍ରୀ ଦିବ୍ୟାଙ୍ଗ କେନ୍ଦ୍ର ସିଆର୍‌ସି ସୁରେନ୍ଦ୍ର ଭୋଇ ଅବଗତ କରାଇଥିଲେ । ବ୍ଲଡ ପ୍ରେସର, ସୁଗର ଲେଭେଲ ତଥା ୟୁରିଆ, କ୍ରିଏଟିନାଇନ, ଲିଭର କେତେ ପରିମାଣ ରହିବ, କେତେ ଦିନରେ ପରିକ୍ଷା କରାଯିବ ସେ ବାବଦରେ ପରିକ୍ଷା କରାଯିବ ସେ ବାବଦରେ ନିର୍ଦ୍ଦେଶକ ଜଗୋଟା ପରମର୍ଶ ଦେଇଥିଲେ । ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟ ଉପକରଣ କ୍ରୟ, ଫିଜିଓଥେରାପି ଚିକିତ୍ସାକୁ ନିହାତି ଭାବରେ ପାଇ ପାରିବେ ସେ ବାବଦରେ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ତଥା ଉପରିସ୍ଥ ଅଧିକାରୀଙ୍କ ପାଖରେ ପ୍ରସ୍ତାବ ଆଗତ କରିବା ସକାଶେ ଅନୁରୋଧ କରିଥିଲେ ସଭାପତି ପ୍ରଭାକର ମିଶ୍ର । ଏହି ସେମିନାରରେ ସାମିଲ ହେବା ପାଇଁ ମଂଚ ତରଫରୁ ଉପସଭାପତି ଅଶୋକ ଚାନ୍ଦ, ସଂଗଠନ ସଂପାଦକ ବିନୟ ମିଶ୍ର ଓ ବରିଷ୍ଠ ସଦସ୍ୟ ଚିତ୍ତ ରଂଜନ ପଟେଲ ନେତୃତ୍ୱ ନେଇଥିଲେ । ଆଲୋଚନାରେ ଉପ-ସଭାପତି ଇଂ. ହରେକୃଷ୍ଣ ମେହେର, ଉପଦେଷ୍ଟା ଅଶୋକ କୁମାର ମିଶ୍ର, ଆର୍ତ୍ତତ୍ରାଣ ମିଶ୍ର, ଜୟଚନ୍ଦ୍ର ସାହୁ, ପ୍ରମୋଦ ଗୁରୁ, ଦୁର୍ଗା ପ୍ରସାଦ ହୋତା, ନାରାୟଣ ପାଢି, ଧନଞ୍ଜୟ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମେହେର, ସୁନିଲ ବିଶ୍ୱାଲ, ବିପିନ ବିହାରୀ ପୁରୋହିତ, ଦୟାସାଗର ପଟେଲ, ସୁରେନ୍ଦ୍ର ନେଗୀ, ଛାୟାକାନ୍ତ ସାହୁ, ମଥାମଣି ପଣ୍ଡା, ଗଣେଶ ଚନ୍ଦ୍ର ପାଢି, ବ୍ରଜ କିଶୋର ପଣ୍ଡା, କୃଷ୍ଣଚନ୍ଦ୍ର ନାଥ ଓ ବିଜୟ ବାଗ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ କପିଳେଶ୍ୱର ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.