ବାଙ୍କେଲରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମପଂଚାୟତ ସଦରମହକୁମାଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ‘ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ/ପଂଚାୟତସ୍ତରୀୟ ସଚେତନତା ସଭା’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ହଂସରାଜ ଜୈନ, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ବାଙ୍କେଲ ସରପଞ୍ଚ ଲକ୍ଷ୍ମଣ ଦୋରା, ବିଜେଡି ନେତା ଡ଼. ଅମଜାଦ ଖାନ, ପତ୍ରାପାଲି(କ)ସମିତି ସଭ୍ୟ ସନ୍ୟାସୀ ପୁଟେଲ, ବିଏସ୍‌ଏସ୍‌ଓ ରିଙ୍କୁ ମେହେର, ଅଙ୍ଗନୱାଡ଼ି ସୁପରଭାଇଜର ନିଲାନ୍ଦ୍ରୀ ଖମାରୀ ଓ ପିଇଓ ସୁଧାଂଶୁ ଶେଖର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହିଭଳି ସୁନ୍ଦର ପ୍ରୟାସ ତଥା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଜନହିତକର ଯୋଜନା ତୃଣମୂଳ ସ୍ତରରେ ପହଂଚାଇବା ବ୍ୟବସ୍ଥାକୁ ସମସ୍ତେ ବହୁତ ଧନ୍ୟବାଦ ଜଣାଇଥିଲେ । ଏଥିରେ ବାଙ୍କେଲ ଗ୍ରାମପଂଚାୟତର ଶହ ଶହ ମହିଳା, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ସହ ବହୁ ସଂଖ୍ୟକ ଜନସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

sixteen − 13 =