ଆଗଲପୁର ବ୍ଲକ ସିଡିପିଓ ଅଫିସ ସମ୍ମୁଖରେ ଅଙ୍ଗନୱାଡି କର୍ମୀମାନଙ୍କ ଧାରଣା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀମାନଙ୍କ ଧାରଣା । ଅଭିଯୋଗ ଅନୁସାରେ ଦୀର୍ଘ ୪ ମାସର ଅଧିକ ସମୟ ହେବ ଶିଶୁ, ଗର୍ଭବତୀ ମହିଳା ତଥା କିଶୋରୀମାନଙ୍କୁ ଦିଆଯାଉଥିବା ଗରମ ରନ୍ଧା ଖାଦ୍ୟ ଓ ଅଣ୍ଡା ବାବଦକୁ ସରକାରଙ୍କଠାରୁ ପ୍ରାପ୍ୟ ଅର୍ଥ ରାଶି ଦିଆଯାଉନାହିଁ । ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କ ଦରମା କମ ଥିବା ସତ୍ୱେ ସେମାନେ ଧାର କରଜ କରି ଦୋକାନୀ ପାଖରୁ ଆଣିଥିବା ଅଣ୍ଡା ତଥା ବିଭିନ୍ନ ଜିନିଷର ଟଙ୍କା ସୁଝିବେ କେମିତି ବୋଲି ପ୍ରକଳ୍ପ ଅଧିକାରୀଙ୍କୁପ୍ରଶ୍ନ କରନ୍ତି । ଅଙ୍ଗନୱାଡି କର୍ମୀମାନଙ୍କ ସଂଘ ସଭାପତି କହନ୍ତି ସରକାର ଅଙ୍ଗନୱାଡି କର୍ମୀମାନଙ୍କୁ ବିଭିନ୍ନ ପ୍ରକାର ଯୋଜନାରେ ସାମିଲ କରି ଅତ୍ୟଧିକ କାର୍ଯ୍ୟ ବୋଝ ଲଦିଦେଇ କାମ କରାଉଥିବା ସତ୍ୱେ ଉଚିତ ସମୟରେ ରନ୍ଧା ଖାଦ୍ୟ ଓ ଅଣ୍ଡା ବାବଦକୁ ଦିଆଯାଉଥିବା ପ୍ରାପ୍ୟ ଅର୍ଥ ରାଶି ପାଇପାରୁନାହାନ୍ତି ଏଣୁ ଚିନ୍ତାରେ ଭାଙ୍ଗି ପଡୁଛନ୍ତି । ଅତିଶୀଘ୍ର ସେ ବାବଦକୁ ପ୍ରାପ୍ୟ ଅର୍ଥ ରାଶି ପ୍ରଦାନ ପାଇଁ ସିଡିପିଓଙ୍କ ଜରିଆରେ ସରକାର ପାଖରେ ଦାବୀ କରଛନ୍ତି । ଉକ୍ତ ପ୍ରାପ୍ୟ ଅର୍ଥ ରାଶି ବିଷୟରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଲିଖିତ ଅଭିଯୋଗ ସତ୍ୱେ କର୍ଣ୍ଣପାତ କରୁନାହାନ୍ତି । ଜଣେ ଅଳ୍ପ ବେତନଭୋଗି କର୍ମଚାରୀ ପକ୍ଷେ ଏତେ ପରିମାଣର ଅର୍ଥ ରାଶି ଯୋଗାଡ କରିବା କଷ୍ଟସାଧ୍ୟ ହେଉଛି ବୋଲି ପ୍ରକାଶ କରିବା ସହ ଯଥାଶୀଘ୍ର ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.

four × three =