ଲେମଧର ସେବାଶ୍ରମର ବାର୍ଷିକୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାମାଜିକ ପରିବର୍ତ୍ତନ ପାଇଁ ଭଲ ମଣିଷ ଆବଶ୍ୟକ । ଭଲ ମଣିଷ ହେବାକୁ ପିଲାଟି ଦିନରୁ ମୂଳଦୁଆ ପଡିଥାଏ । ଏହା କେବଳ ବିଦ୍ୟାଳୟରୁ ନୁହେଁ ବରଂ ପରିବାର ସଦସ୍ୟଙ୍କ ଆଚରଣ ଓ ଉଚ୍ଚାରଣରୁ ତା’ ଭିତରେ ଦୟା, କ୍ଷମା, ଶାନ୍ତି, ସହିଷ୍ଣୁତା, ପରୋପକାର ମନୋଭାବ ଜାଗ୍ରତ ହୁଏ । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଲେମଧର ସେବାଶ୍ରମର ବାର୍ଷିକୋତ୍ସବରେ ଅତିଥି ଗଣ ଏହି ମତପ୍ରକାଶ କରିଥିଲେ । ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ ଐଶ୍ୱର୍ଯ୍ୟା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ସିଆର୍‌ସିସି ରାଜେଶ୍ଵର ବେହେରା ମୁଖ୍ୟବକ୍ତା, ସ୍କୁଲ ପରିଚାଳନା କମିଟିର ଚେୟାରମେନ ବୀଣା ମଲ୍ଲିକ, ସାଇପାଲି ସେବାଶ୍ରମର ପ୍ରଧାନ ଶିକ୍ଷକ ରଘୁନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ଟିକେଶ୍ୱରୀ ସେଠ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀମାନେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ନମିତା ବେହେରା ସମାରୋହକୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × four =