csstore

ସାପଲହରଠାରେ ସରସ୍ୱତୀ ଶିଶୁ ମନ୍ଦିରରେ ଛାତ୍ର ଛାତ୍ରୀଙ୍କ ଶ୍ରୀରାମ ନବମୀ ଉତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସାପଲହର ଗ୍ରାମଠାରେ ଲଖମରା ଶିଶୁ ବିଦ୍ୟା ମନ୍ଦିରଙ୍କ ଆନୁକୂଲ୍ୟରେ ସାପଲହରଠାରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଥିଲା । ଏଥିରେ ଶିଶୁ ବିଦ୍ୟା ମନ୍ଦିରର ଭାଇଭଉଣୀମାନେ ଉପସ୍ଥିତ ରହି ରାମ, ଲକ୍ଷ୍ମଣ, ସୀତା, ହନୁମାନ ଆଦି ବେଶରେ ସଜାଇ ହୋଇ ଗ୍ରାମ ପରିକ୍ରମା କରାଯାଇଥିଲା । ଗ୍ରାମରେ ଏହି ଉତ୍ସବରେ ସମସ୍ତେ ଉତ୍ସାହର ସହିତ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ବାଦିକଟି ପଞ୍ଚାୟତ ସରପଞ୍ଚ ସବିତା ସାହୁ, ସମିତି ସଭ୍ୟ ଦୁଷ୍ମନ୍ତ ପ୍ରଧାନ, ଶିଶୁ ମନ୍ଦିର ସଭାପତି କେଶବ ସାହୁ, ସଂପାଦକ ଜଳଧର ବରିହା, ଅମୁଲ୍ୟ ବେହେରା, ରୋସନ ବନିଆ, ପ୍ରଧାନ ଆଚାର୍ଯ୍ୟ ଜନାର୍ଦ୍ଦନ ସାହା, ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା ଉପସ୍ଥିତ ଥିଲେ । ସମସ୍ତଙ୍କ ପାଇଁ ଗ୍ରାମବାସୀମାନେ ପଣା ପାଣି ଆପ୍ୟାୟିତ କରିଥିଲେ ।

jayashree
Leave A Reply

Your email address will not be published.