csstore

ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେରମ୍ ଓ ଚେସ୍‌ ଖେଳ ପ୍ରତିଯୋଗିତା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ଵୟ ଯୁବକାଶ ଯୋଜନା ପକ୍ଷରୁ ଚାଲିଥିବା ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଆଜି ବୁଧବାର ପଞ୍ଚମ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖେଳବିଭାଗର କେରମ୍‌ ଓ ଚେସ୍‌ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଆକାଉଣ୍ଟସ୍‌ ଅଫିସର ଘେନୁରାମ ତାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଖେଳରେ ନିଜର କୃତିତ୍ଵ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । କ୍ରୀଡା ଶିକ୍ଷକ ରାଧେକୃଷ୍ଣ ବଘାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଖେଳ ପ୍ରତିଯୋଗିତାରେ ଅଧ୍ୟାପକ ନରେନ୍ଦ୍ର କୁମାର ପାଣିଗ୍ରାହୀ, ରାଧାଶ୍ୟାମ ତ୍ରିପାଠୀ, ହୃଦାନନ୍ଦ ପୁହାଣ, ଅଂଶୁମାନ ଦାସ, ନରେଶ ସତନାମୀ, ଲିଲି ପ୍ରଧାନଙ୍କ ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ପ୍ରମୁଖ ସହଯୋଗ କରିଥିବା ବେଳେ ନୋଡାଲ ଅଧିକାରୀ ଅଧ୍ୟାପକ ବିକ୍ରମ ତାଣ୍ଡି ଧନ୍ୟବାଦ ଦେଇଥିଲେ ।

jayashree
Leave A Reply

Your email address will not be published.