pakka

କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଯୁକ୍ତତିନି ପ୍ରଥମ ବର୍ଷ ଜଣେ ଛାତ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ଟାଉନ ପୋଲିସ । ମୃତ ଛାତ୍ର ଜଣକ ବୌଦ୍ଧ ଜିଲ୍ଲା ପଲସାଗୋରା ଗାଁର ଅନିଲ ଗିରି(୧୯) ବୋଲି ଜଣାପଡିଛି । ଅନିଲ ଆଲୋକ ନଗରର ଶ୍ରୀରାମ ଚେମ୍ବରରେ ରହୁଥିଲେ । ପରିବାର ଲୋକଙ୍କ କହିବା ଅନୁସାରେ ଘରେ ମଧ୍ୟ କିଛି ବଚସା ହୋଇନଥିଲା । ଶନିବାର ସକାଳୁ ପରୀକ୍ଷା ଥିବାରୁ ସେ ଶୁକ୍ରବାର ସନ୍ଧ୍ୟାରେ ନିଜ ଗାଁରୁ ଫେରିଥିଲେ । କୌଣସି କାରଣରୁ ଆଜି ସକାଳୁ ସେ ରହୁଥିବା ଘର ପାଇଖାନାରେ ବେକରେ ଗାମୁଛା ଲଗାଇ ଝୁଗାଇ ଝୁଲି ପଡିଥିଲେ । ଅନିଲଙ୍କ ଝୁଲନ୍ତା ଶବ ଦେଖିଥିଲେ ପାଖ ପଡୋଶୀ । ଏନେଇ ଖବର ପାଇବା ପରେ ବଲାଙ୍ଗିର ଟାଉନ ପୁଲିସ ଓ ସାଇଣ୍ଟିଫିକ ଟମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ । ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ବଡ ଡାକ୍ତରଖାନାକୁ ଶବ ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

jay balangir
Leave A Reply

Your email address will not be published.

two × 5 =