pakka

ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଳା ଗ୍ରାମପଂଚାୟତ ଖଏରଭାଡ଼ି ଗ୍ରାମର ମିଳାପ ଠେଲା ନିଜ ବିଲକୁ ଯାଉଥିବା ବେଳେ ପୂର୍ବରୁ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା, ମିଳାପ ନ ଜାଣି ବିଦ୍ୟୁତ ତାରରେ ଲାଗି ମୃତ୍ୟୁବରଣ କରିଥିବା ଜଣାପଡିଛି । ଏହି ଘଟଣା ନେଇ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗକୁ ଜଣାଇଥିଲେ । ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ଆବଶ୍ୟକ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ସେହିପରି ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରୁ ସହାୟତା ପ୍ରଦାନ କରିଥିବା ବେଳେ ରେଡ଼କ୍ରସ ପାଣ୍ଠିରୁ ମଧ୍ୟ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି । ମେଳାପ ଠେଲାଙ୍କ ସ୍ତ୍ରୀ ଏବଂ ଦୁଇ ଗୋଟି ଛୋଟ ସନ୍ତାନ ରହିଛନ୍ତି । କିପାରି ତାଙ୍କ ପରିବାର ଚଲିବେ ଏନେଇ ଗ୍ରାମବାସୀମାନେ ପରିବାରଙ୍କୁ ଆବଶ୍ୟକ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

ten − 7 =