jayashree

ବରଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ

  • ହତ୍ୟା ନା ଆତ୍ମହତ୍ୟା ପୋଲିସ କରୁଛି ତଦନ୍ତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଚାଞ୍ଚଲ୍ୟ । ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା- ସିଲାଟି ରାସ୍ତାରେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତ ଶରୀର ଦେଖିବାକୁ ମିଳିଛି । ଉଭୟେ ଗୋଟିଏ ଓଢଣୀର ଉଭୟ ପାର୍ଶ୍ଵରେ ଗଛର ଗୋଟିଏ ବାହିରେ ଝୁଲୁଥିବା ଦେଖାଯାଇଛି । ପ୍ରଥମେ ସ୍ଥାନୀୟ ଲୋକେ ଭୋରରୁ ମର୍ଣିଂୱାକ ପାଇଁ ଯିବା ବେଳେ ବରଗଛ ମୂଳରେ ବ୍ୟାଗ୍ ଓ ଚପଲ ଦେଖି ଗଛ ଉପରକୁ ଦେଖିଲା ବେଳକୁ ଦୁଇଟି ମୃତ ଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଗଛ ମୂଳରେ ଏକ ଏୟାର ବ୍ୟାଗ ଓ ୨ ହଳ ଚପଲ ରଖାଯାଇଥିବା ଦେଖିବାକୁ ମିଳିଛି । ଦୁଇଜଣ ପ୍ରେମୀ ଯୁଗଳ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଉଭୟଙ୍କ ପରିଚୟ ମିଳିପାରି ନାହିଁ । ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ଅଧିକ ତଦନ୍ତ ପାଇଁ ବଲାଙ୍ଗିରରୁ ସାଇଣ୍ଟିଫିକ୍ ଟିମ ଆସୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.