pakka

ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ମୃତ

bbehera

ବଡ଼ମ୍ବା : ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବଡ଼ମ୍ବା ଥାନା ଅନ୍ତର୍ଗତ ବୀରବରପୁର ଗ୍ରାମର ଗୋଟିଏ ବୁଣାକାର ପରିବାରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ଖାଦ୍ୟଖାଇ ଗତକାଲି ପୁଅ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ମା’ଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କଠୁ ମିଳିଥିବା ସୂଚନା ଅନୁସାରେ, ବୀରବରପୁର ଗ୍ରାମର ଗୋବିନ୍ଦ ପାତ୍ରଙ୍କ ସପରିବାର ଗୁରୁବାର ସଂଧ୍ୟାରେ ଘରେ ପ୍ରସ୍ତୁତ ଖାଦ୍ୟ ସହିତ ଚାଟ୍ ଖାଇଥିଲେ । ତେବେ ବିଳମ୍ବିତ ରାତିରେ ପରିବାରର ସମସ୍ତଙ୍କର ଅଚାନକ ଝାଡ଼ାବାନ୍ତି ହୋଇଥିଲା । ଅବସ୍ଥା ଅଣାୟତ୍ତ ହେବାରୁ ସପରିବାର ଶୁକ୍ରବାର ଦିନ ପ୍ରାୟ ୧୨ଟା ବେଳକୁ ନିକଟସ୍ଥ ମାଣିଆବନ୍ଧ ଚିକିତ୍ସାଳୟକୁ ଆସିଥିଲେ । ଆଶୁ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଏବଂ ଦେହରେ ମାତ୍ରାଧିକ ବିଷ ସଂକ୍ରମିତ ହୋଇ ଯାଇଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ଲାଗି କଟକ ପଠାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ଗୋବିନ୍ଦ ପାତ୍ରଙ୍କ ପୁଅ(୧୨) ଏବଂ ଝିଅ(୮)ଙ୍କର ମୃତ୍ୟୁ ଘଟିଥିଲା । ଏକ ଶୋକାକୁଳ ପରିବେଶରେ ଭାଇ ଭଉଣୀଙ୍କର ଶେଷକୃତ୍ୟ ହୋଇଥିଲା ।

jay balangir
Leave A Reply

Your email address will not be published.

one × 1 =

error: Content is protected !!