pakka

ନବୋଦୟ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ

bbehera

ପାତ୍ରପୁର : ଗଞ୍ଜାମ ଜିଲ୍ଲା ସୁରଙ୍ଗୀ ଜବାହର ନବୋଦୟ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ସାତଟି ନବୋଦୟ ବିଦ୍ୟାଳୟ କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରିର ଦୁଇଟି ବିଦ୍ୟାଳୟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ୧୧୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ଖେଳାଳିମାନଙ୍କ ମଧ୍ୟରୁ ଭଲ ଖେଳିଥିବା ପିଲାଙ୍କୁ ନେଇ ଉଭୟ ବାଳକ ବାଳିକାଙ୍କ ତିନୋଟି ଲେଖାଏଁ ଦଳ ଗଠନ କରାଯାଇଛି । ଏହି ସମସ୍ତ ଦଳ ଚଳିତ ମାସ କୋଡ଼ିଏରୁ ବାଇଶି ପର୍ଯ୍ୟନ୍ତ ମୟୁରଭଞ୍ଜ ନବୋଦୟ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ରିଜିନାଲ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ଲାଗି ସ୍ଥିର ହୋଇଛି । ଏହି କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିମନ୍ୟୁ ଭଟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ କରିଥିଲେ । ଉଦ୍‌ଯାପନୀ ଦିବସରେ ଗଂଜାମ ଜିଲ୍ଲା ଶାରୀରିକ ଶିକ୍ଷା ନିର୍ଦ୍ଦେଶକ ସୀମାଞ୍ଚଳ ବାରିକ ଯୋଗ ଦେଇ କ୍ରୀଡ଼ାର ମହତ ସମ୍ପର୍କରେ କହିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୂର୍ଯ୍ୟକାନ୍ତ ଘଡେଇଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇ ଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ କର୍ମଚାରୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

15 − one =

error: Content is protected !!