pakka

ବିଶ୍ୱନାଥ ବିଦ୍ୟାପୀଠରେ ପୋଷାକ ବିତରଣ : ପାଠପଢ଼ା ସହିତ ଭଲ ମଣିଷ ହେବାକୁ ଆହ୍ୱାନ

bbehera

ଆଠଗଡ : ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ଛାତ୍ରମାନଙ୍କୁ ପୋଷାକ ବିତରଣ କରାଯାଇଛି । ପ୍ରଧାନ ଶିକ୍ଷକ ଅମର ମହାରଣାଙ୍କ ପୌରୋହିତ୍ୟରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ କୁମାର ବେହେରା ମୁଖ୍ୟଅତିଥି, କମିଟି ସଦସ୍ୟା ରେବତୀ ସାହୁ ଓ ମାଳତୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା ଗ୍ରହଣ ତଥା ପାଠପଢ଼ା ସହିତ ଜଣେ ଭଲ ମଣିଷ ହେବା ପାଇଁ ଛାତ୍ରଙ୍କୁ ପରାମର୍ଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ବିଦ୍ୟାର୍ଥୀଙ୍କୁ ପୁସ୍ତକ, ପୋଷାକ, ଜୋତାମୋଜା ଏବଂ ମଧ୍ୟାନ୍ନ ଭୋଜନ ଆଦି ଯୋଗାଇ ଦିଆଯାଉଥିବା ବେଳେ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୁରୁତ୍ୱ ଦେବା ପାଇଁ ସେମାନେ ମତପୋଷଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୦୩ଜଣ ଛାତ୍ରଙ୍କୁ ୨ହଳ ଲେଖାଏଁ ସ୍କୁଲ ପୋଷାକ, ୧ହଳ ଜୋତା ଓ ୨ହଳ ମୋଜା ପ୍ରଦାନ କରାଯାଇଥିଲା । ଶିକ୍ଷକ କାଶିନାଥ ସାହୁଙ୍କ ସମେତ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସହଯୋଗ କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

seven − 1 =

error: Content is protected !!