କାନ୍ଥ ଭୁଶୁଡ଼ି ୨ ଶିଶୁ ମୃତ

ମୟୂରଭଞ୍ଜ : ଉଦଳା ନିକଟସ୍ଥ ରାଇଡିହି ଗାଁରେ ଏକ ଅଘଟଣ ଘଟିଛି । ଗୋଟିଏ କଚ୍ଚାଘର କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟ ମୃତ ଭାଇଭଉଣୀ ନାବାଳକ ବୋଲି ଜଣାପଡ଼ିଛି । ଭାଇର ବୟସ ୬ ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୧୦ ବର୍ଷ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ପ୍ରବଳ ବର୍ଷା ଯୋଗୁ ଗତକାଲି ବିଳମ୍ବିତ ରାତିରେ ମା’ ପାଖରେ ୨ଜଣ ଝିଅ ଓ ଜଣେ ପୁଅ ଶୋଇଥିଲେ । ଶୋଇଥିବା ବେଳେ ହଠାତ୍‌ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା । ଯାହା ଦ୍ୱାରା ଦୁଇ ପିଲାଙ୍କ ମୃତ୍ୟୁ ହୋଇଛି । ହେଲେ ମା’ ଓ ଅନ୍ୟ ଜଣେ ଝିଅଙ୍କ ଅବସ୍ଥା ଠିକ୍‌ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.

17 + twenty =