jayashree

ବିଦ୍ୟୁତ ଖୁଣ୍ଟରୁ ପଡି କର୍ମଚାରୀ ମୃତ

  • ୫ ଭଉଣୀରେ ଜଣେ ଭାଇ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକାଠାରେ ଜଣେ ବିଦ୍ୟୁତ୍‌ କର୍ମଚାରୀ ଖୁଣ୍ଟରୁ ପଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ଡୁଡୁକା ଗ୍ରାମର ହୋଇଥିବା ବେଳେ ୫ ଭଉଣୀରେ ଜଣେ ଭାଇ ବୋଲି କୁହାଯାଇଛି । ବିପଦପୂର୍ଣ୍ଣ କାମରେ ସେଫଟି କର୍ମଚାରୀ ଉପସ୍ଥିତ ନଥାଇ କିପରି କାମ ଚାଲିଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଲେଭଟା ବିଦ୍ୟୁତ୍‌ ସେକ୍ସନ ଡୁଡୁକା ଠାରେ ୩ଜଣ କର୍ମଚାରୀ ଲାଇନ ସଜାଡିବାକୁ ଯାଇଥିଲେ । ୩ଜଣ ଯାକ ଭିନ୍ନଭିନ୍ନ ଖୁଣ୍ଟରେ ଚଢ଼ି ସଜାଡି ଥିଲେ । ୨ଜଣ କାମ ସାରି ଫେରି ଆସିଥିବାବେଳ ଜଣେ ଆଉ ଫେରିନଥିଲେ । ଖୋଜାଖୋଜି କଲାପରେ ବିଦ୍ୟୁତ୍‌ ଖୁଣ୍ଟତଳୁ ମୃତ ଶରୀର ଉଦ୍ଧାର କରି ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ସ୍ୱାସ୍ଥ୍ୟ ପରିକ୍ଷାକରି ମୃତ ଘୋଷଣ କରିଥିଲେ । ମୃତ ବ୍ୟକ୍ତି ଜଣକ ଡୁଡୁକା ଗ୍ରାମରଦାମୋଦର ପଟେଲଙ୍କ ପୁଅ ମୁକେଶ ପଟେଲ ୩୦ବର୍ଷ ବୋଲି ଜଣାପଡିଛି । ମୃତକ ୫ଭଉଣୀ ରେ ଜଣେ ଭାଇ ହୋଇଥିବାରୁ ଖବର ପାଇ ଡୁଡୁକା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଅଭିଯୋଗପାଇ ଆଗଲପୁର ପୁଲିସ ଘଟଣାର ସରଜମିନ ତଦ୍‌ତ କରି ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇଛି । ମୃତକ ପରିବାରକୁ ତୁରନ୍ତ ମୃତ୍ୟୁ କାଳିଣ ସହାୟତା ଯୋଗାଇ ଦେବାକୁ ଡୁଡୁକା ଗ୍ରାମବାସୀ ଦାବି କରିଛନ୍ତି । ବିଦ୍ୟୁତ୍‌ ପରି ବିପଦ ପୂର୍ଣ୍ଣ କାମରେ ସେଫଟି କର୍ମଚାରୀ ନଥାଇ କିପରି କାମ ଚାଲିଥିବା ବେଳେ ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ଏ ସଂପର୍କରେ ସାଲେଭଟା ସେକସେନାଲଙ୍କୁ ପ୍ରତିକ୍ରିୟା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ କଲ ଗ୍ରହଣ କରୁନଥିବାରୁ ପ୍ରତିକ୍ତିୟା ନିଆଯାଇପାରିନାହିଁ ।

Leave A Reply

Your email address will not be published.