ନଦୀରେ ବୁଡି ନାବାଳିକା ମୃତ

ସାଲେପୁର : ନଦୀରେ ବୁଡି ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ । ମୃତ ନାବାଳିକା ଜଣକ ହେଲେ ଋତୁପର୍ଣ୍ଣା ସାହୁ । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ସୂଚନା ଅନୁସାରେ ଜେଜେଙ୍କର ଏକାଦଶାହ ଦିନ ତିନି ଭଉଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଲୁଣା ନଦୀରେ ଗାଧଉଥିବା ସମୟରେ ହଠାତ୍‌ ସାନ ଭଉଣୀ ଦୁଇଜଣ ନଦୀରେ ଭାସି ଯାଇଥିଲେ । ଏହା ଦେଖି ବଡ଼ ଭଉଣୀ ଋତୁପର୍ଣ୍ଣା ତାଙ୍କୁ ଉଦ୍ଧାର କରିବାକୁ ଯାଇ ପାଣିରେ ବୁଡିଯାଇଥିଲେ । ସାନ ଦୁଇଜଣ ଭଉଣୀ ବଞ୍ଚି ଯାଇଥିବା ବେଳେ ବଡ଼ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସାନ ଦୁଇଜଣ ଭଉଣୀ ଏବେ ସୁସ୍ଥ ଥିବାବେଳେ ଋତୁପର୍ଣ୍ଣାଙ୍କର ମୃତ୍ୟୁ ଘଟିଛି । ଏ ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

8 − 1 =