pakka

ଦନ୍ତା ଆକ୍ରମଣରେ ଯୁବକ ମୃତ

bbehera

କରଞ୍ଜିଆ : ଦନ୍ତା ଆକ୍ରମଣରେ ଯୁବକ ମୃତ । କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅସୁରଖାଲ ଗାଁ ହୁଡ଼ି ସାହିରେ ଏପରି ଅଘଟଣ ଘଟିଛି । ସୂଚନା ଅନୁସାରେ, ରବିବାର ସନ୍ଧ୍ୟା ୫ଟା ବେଳେ ଯୁବକ ଜଣଙ୍କ ଜଙ୍ଗଲରେ ଜଣକୁ ଖୋଜିବାକୁ ଯାଇ ଦନ୍ତାହାତୀ ହାବୁଡ଼ରେ ପଡିଯାଇଥିଲେ । ଯୁବକ ଜଣଙ୍କ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡି ମାରି ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ କରଞ୍ଜିଆ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ଯୁବକ ଜଣଙ୍କ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ନୋଟ ଗାଁ ହୁଡ଼ି ସାହିର ଶାସ୍ତ୍ରୀ ବାନରା । ଖବର ପାଇ ସାତକୋଶିଆ ରେଞ୍ଜ ଅଧିକାରୀ, ମହୁଲଡ଼ିହା ଆଇଆଇସି ଓ ଅନ୍ୟ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କରଞ୍ଜିଆ ମେଡିକାଲକୁ ପଠାଇଛନ୍ତି ।

jay balangir
Leave A Reply

Your email address will not be published.

four × two =