pakka

ମୋବାଇଲ ଚୋରି ନେଇ ଟାଉନ ଥାନାରେ ଅଭିଯୋଗ କଲେ ବଙ୍ଗାଳୀ ରାଜମିସ୍ତ୍ରୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋବାଇଲ ଚୋରି ନେଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଜଣେ ବଙ୍ଗାଳୀ ରାଜମିସ୍ତ୍ରୀ । ୱେଷ୍ଟ ବେଙ୍ଗଳରୁ ଆସି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ନିକଟସ୍ଥ ସୋମନାଥନଗର ଠାରେ ଏକ ଭଡା ଘରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିବା କୌଶିକ ଦାଶ ନାମକ ଜଣେ ବଙ୍ଗାଳୀ ରାଜମିସ୍ତ୍ରୀଙ୍କ ମୋବାଇଲ ଚୋରି ହୋଇଯାଇଛି । ଅଭିଯୋଗ ଅନୁଯାୟୀ, କୌଶିକ ରହୁଥିବା ସେମାନାଥନଗର ସ୍ଥିତ ଭଡା ଘରେ ନିତିଦିନ ଭଳି ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ଜଣେ ଯୁବକ ଏକ ଧଳା ରଙ୍ଗର ସ୍କୁଟିରେ ପାଣି ପିଇବା ବାହାନାରେ ଆସି ଫୋନ୍‌ କରିବା ପାଇଁ କଥା ହେବା ଆଳରେ ମୋବାଇଲ ମାଗି ନେଇ ଫେରାର୍‌ ମାରିଥିଲା ବୋଲି ଅଭିଯୋଗ କରିଛନ୍ତି ବଙ୍ଗାଳୀ ରାଜମିସ୍ତ୍ରୀ କୌଶିକ ।

Leave A Reply

Your email address will not be published.

5 + fourteen =