pakka

ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଅଭିରାମ ମହାରଣାଙ୍କ ପରଲୋକ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଉରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗଙ୍ଗପୁର ଗ୍ରାମର ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଅଭିରାମ ମହାରଣା (୭୮)ଙ୍କ ଆଜି ଅପରାହ୍ନରେ ତାଙ୍କ ବାସଭବନରେ ପରଲୋକ ଘଟିଛି । ତାଙ୍କର ଏହି ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ସୁନାମଧନ୍ୟ ସଂକୀର୍ତ୍ତନ ଗାୟକ ଭାବେ ବେଶ ଜଣାଶୁଣା । ସେଥିପାଇଁ ସେ ଗାୟକ ଶେଖର, ଗାୟକ ସୂର୍ଯ୍ୟ ଓ ଗାୟକ କୁସୁମ ଆଦି ଉପାଧିରେ ସମ୍ମାନିତ ହୋଇ ଗୌରବ ଅର୍ଜନ କରିଥିଲେ । ସେ ଜଣେ ଦୂରଦର୍ଶନ କଳାକାର ସହ ସ୍ଥାନୀୟ ଅଞ୍ଚଳରେ ଜଣେ ଦକ୍ଷ କାରିଗର ଥିଲେ । ସେ ଜଣେ ଧର୍ମପରାୟଣ, ମେଲପୀ, ପରଉପକାରୀ ମଣିଷ ଥିଲେ । ତାଙ୍କ ଶେଷ ଦର୍ଶନ ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କ ବାସଭବନରେ ଉପସ୍ଥିତ ହୋଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ସ୍ବର୍ଗତ ଅଭିରାମଙ୍କ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁରୀ ସ୍ଵର୍ଗ ଦ୍ଵାର ଶ୍ମଶାନରେ ତାଙ୍କ ମରଶରୀରକୁ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ବଡ଼ ପୁଅ ବସନ୍ତ ମହାରଣା ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.

thirteen − 10 =