pakka

ନରସିଂହଙ୍କ ଅଚାନକ ଡୁଡୁକା ଧାନ ବିକ୍ରୟ କେନ୍ଦ୍ର ପରିଦର୍ଶନ : ଧାନକିଣାରେ ଅବ୍ୟବସ୍ଥା ଓ ଦୁର୍ନୀତି ଜଳଜଳ ଦିଶୁଛି – ନରସିଂହ

bbehera
  • ସ୍ଥିତିରେ ସୁଧାର ନ ଆଣିଲେ ପରିସ୍ଥିତି ଭୟଙ୍କର ହୋଇପାରେ – ନରସିଂହ
    ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ଲୋଇସିଂହା ନିର୍ବାଚନ ମଣ୍ଡଳି ସ୍ଥିତ ଆଗଲପୁରର ଡଡୁକା ଠାରେ ଥିବା ଧାନ ବିକ୍ରୟ କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ । ସେଠାରେ ଦେଖାଯାଇଥିଲା ହଜାର ହଜାର ବସ୍ତା ଧାନ ଖୋଳା ଆକାଶ ତଳେ ରଖାଯାଇଛି । ଚାଷୀମାନେ ହତାଶ ହୋଇ ବସିଛନ୍ତି । ବିଧାୟକ ଶ୍ରୀ ମିଶ୍ର ପହଂଚିବା ବେଳେ ଉପସ୍ଥିତ ଥିବା ଚାଷୀମାନେ କ୍ଷତି ହୋଇଥିବା ଅଭିଯୋଗ କରିଥିଲେ ଯେ, ତାଙ୍କ ଧାନ ସମ୍ପାଦକ କିଣୁ ନାହାନ୍ତି । ଦାୟିତ୍ୱରେ ଥିବା ସଂପାଦକ ଆଶ୍ଚର୍ଯ୍ୟଜନକ ଭାବେ ସଫେଇ ଦେଉଛନ୍ତି ଯେ, ମିଲ୍‌ ମାଲିକ ଗାଡି ପଠାଉ ନାହାନ୍ତି ବୋଲି ଧାନ ଉଠି ପାରୁନାହିଁ । କିନ୍ତୁ ନିୟମ କହୁଛି ଚାଷୀ ତାର ଧାନ ମଣ୍ଡିକୁ ନେଇ ଆସିବ । ମଣ୍ଡିରେ ଧାନର ସୁରକ୍ଷା ତଥା ମିଲକୁ କେମିତି ଯିବ ସେ ସବୁ ସମ୍ପାଦକଙ୍କ ଦାୟିତ୍ୱ । କିନ୍ତୁ ଏଠାରେ ଫଳ ଓଲଟା ବୋଲି ଜଣା ପଡୁଛି । କିଛି ଦିନ ପୂର୍ବରୁ ଏହି ସମସ୍ୟାକୁ ନେଇ ବିଭାଗୀୟ ସଚିବ ଶ୍ରୀ ଯାଦବ ବଲାଙ୍ଗିର ବିଧାୟକଙ୍କୁ ସ୍ପଷ୍ଟ ଭାବେ ଜଣାଇଥିଲେ ଯେ, ଚାଷୀ କେବଳ ଧାନ ମଣ୍ଡିକୁ ଆଣି ରଖିବ । ମଣ୍ଡିରେ ତାର ଧାନ ଓଜନ କଲାପରେ ସେ ତାର ରସିଦ ପାଇବ । ଏସବୁ କରିବା ପାଇଁ ମଣ୍ଡି ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ବାଧ୍ୟ । କିନ୍ତୁ ସଚିବଙ୍କ କଥା ଓ ଏଠିକାର କାର୍ଯ୍ୟରେ ମେଳ ଖାଉନଥିବାର ସ୍ପଷ୍ଟ ହେଉଛି ବୋଲି ବିଧାୟକ ଶ୍ରୀ ମିଶ୍ର କ୍ଷୋଭର ସହ କହିଛନ୍ତି । ସେ ତତ୍‌କ୍ଷଣାତ ଧାନକିଣା ଦାୟିତ୍ୱରେ ଥିବା ଉପଜିଲ୍ଲାପାଳ ଶ୍ରୀ ଧରୁଆଙ୍କୁ ଫୋନ ଯୋଗେ ସନ୍ଧ୍ୟା ପର୍ଯ୍ୟନ୍ତ ମଣ୍ଡିରେ ପଡିଥିବା ସମସ୍ତ ଧାନକୁ ଶୀଘ୍ର ଉଠାଇବାକୁ ଏବଂ ଚାଷୀଙ୍କୁ ତାର ବାବଦରେ ରସିଦ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ସହ ସେ ବିଭାଗ ତଥା ସରକାରଙ୍କୁ ଆଉ ଥରେ ଚେତେଇ ଦେଇଛନ୍ତି ଯେ ଯଦି ଧାନକିଣାକୁ ନେଇ ବାରମ୍ବାର ଏପରି ଚାଷୀଙ୍କୁ ହଇରାଣ କରାଯାଏ ତେବେ ଆଗକୁ ପରିସ୍ଥିତି ଭୟଙ୍କର ହୋଇପାରେ । ମଣ୍ଡିର ସ୍ଥିତି ଦେଖିଲେ ଦୁର୍ନୀତି ଏବଂ ଅବ୍ୟବସ୍ଥା ଜଳ ଜଳ ହୋଇ ଦେଖାଯାଉଛି ବୋଲି ବିଧାୟକ ଶ୍ରୀ ମିଶ୍ର କ୍ଷୋଭର ସହ ନିଜ ବକ୍ତବ୍ୟ ରଖିଥିଲେ ।
Leave A Reply

Your email address will not be published.

two × four =