csstore

ମୋ ଦେଶ ମୋ ମାଟି କଳସ ଧରି ଦିଲ୍ଲୀ ଯାତ୍ରା କରି ଫେରିଲେ ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ନରସିଂହ ସିଂ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନେତୃତ୍ୱରେ ଦେଶର କୋଣ ଅନୁକୋଣର ପ୍ରତ୍ୟେକ ଜିଲ୍ଲାରୁ ମାଟି ସଂଗ୍ରହ କରି ଦିଲ୍ଲୀ ଅଣାଯିବା ପାଇଁ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମର ଡାକରା ଦିଆଯାଇଥିଲା । ଗତ ସେପ୍ଟେମ୍ବର ୩୦ରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଯୁବ ମୋର୍ଚାର ସଂଯୋଜକ ଭାବେ ଟିଟିଲାଗଡ଼ର ନରସିଙ୍ଗ ସିଂଙ୍କୁ ଏହି କାର୍ଯ୍ୟକ୍ରମ ଅନୁଯାୟୀ ମୋ ଦେଶ ମୋ ମାଟି ବଲାଙ୍ଗିର ଜିଲ୍ଲାକୁ ପ୍ରତିନିଧିତ୍ୱ କରିବା ସହ ସଂଗ୍ରହ ହୋଇଥିବା ମାଟି କଳସ ଧରି ଦିଲ୍ଲୀ ଯାଇଥିଲ । ସେ ଦିଲ୍ଲୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ କ୍ରମରେ ଦିଲ୍ଲୀର କର୍ତବ୍ୟ ପଥଠାରେ ଯୋଗ ଦେଇଥିଲେ । ସେଠୁ ବାହାରି ସେ ଭାରତୀୟ ଜନତା ପାର୍ଟିର ଦୁଇ ଦିନ ଧରି ଚାଲିଥିବା ରାଜ୍ୟ ଯୁବ ମୋର୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବାକୁ ରାଉରକେଲାକୁ ଯାଇଥିଲେ । ସେଠାରେ ତାଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ଯୁବ ମୋର୍ଚା ସଭାପତି ଅଭିଳାଶ ପଣ୍ଡାଙ୍କୁ ଦ୍ୱିତୀୟ ଥର ପାଇଁ ନୂଆପଡା ଜିଲ୍ଲାର ଯୁବ ମୋର୍ଚ୍ଚା ପ୍ରଭାରି ଭାବେ ମନୋନୀତ କରାଯାଇଛି । ସେ ଏଥିପାଇଁ ବଲାଙ୍ଗିର ଜିଲ୍ଲାର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ, ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡାଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।

jayashree
Leave A Reply

Your email address will not be published.