om academy

ନୂଆପଡ଼ା ଗ୍ରାମର ଗଉନ୍ତିଆ ଉମାକାନ୍ତ ସିର୍ଦ୍ଧାରଙ୍କ ଦେହାନ୍ତ

jsm

କୁଡାସିଂହା, (କେପିଏନ୍‌ଏସ୍‌) : ସଦର ବ୍ଲକ କୁଡାସିଂହା ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ଗର୍ବ ଗୌରବ ସମ୍ମାନସ୍ପଦ ଗଉନ୍ତିଆ ଉମାକାନ୍ତ ସିର୍ଦ୍ଧାରଙ୍କ ଦେହାନ୍ତ ଆଜି ଭୋର ୪ ଟା ସମୟରେ ହୋଇଯାଇଛି । ସେ ଥିଲେ ଜଣେ ଜଣାଶୁଣା ନୀତିବାନ, ସୁଦକ୍ଷ ନାଟ୍ୟ ଅଭିନେତା, ହାର୍ମୋନୀୟମ ବାଦକ, ବେଞ୍ଜୁ ବାଦକ, କଳଙ୍ଗା ଦଣ୍ଡାନାଚର ମାନ୍ଦଳ ବାଦକ, ଏ ଅଞ୍ଚଳର କିର୍ତ୍ତନ୍ୟ ମୃଦଙ୍ଗ ବାଦକ ତଥା ଜରାସିଂହା ଜମିଦାରୀ ଅଞ୍ଚଳର ଇଷ୍ଟ ବୁଢ଼ାଡଙ୍ଗର ଦେବଙ୍କ ବହୁତ୍ ବଡ଼ ସେବକ ଥିଲେ । ଏଭଳି ଏକ ମହାନ ବ୍ୟକ୍ତିଙ୍କୁ ଅକାଳରେ ହରାଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତାଙ୍କ ପୁତୁରା ଗୌର ଚନ୍ଦ୍ର ସିର୍ଦ୍ଧାର ମୁଖାଗ୍ନି ଦେଇଥିଲେ । ଅନେକ ଲୋକ ପ୍ରତିନିଧିଙ୍କ ସହ କୁଡାସିଂହା, ଭୂତିଆରବାହାଲ, ରଜା ମୁଣ୍ଡା, କାଲିଝରଣ ପ୍ରଭୃତି ଗାଁର ଗୌନ୍ତିଆମାନଙ୍କ ସହ ଶତାଧିକ ଲୋକଙ୍କ ଉପସ୍ଥିତିରେ ଏକ ବିଶାଳ ଶୋଭାଯାତ୍ରାରେ ଗାଁରେ ଶବ ପରିକ୍ରମା କରାଇ ନିକଟସ୍ଥ ଆମ୍ବତୋଟାଠାରେ ଶବ ସତ୍କାର କରାଯାଇଥିଲା ।

Leave A Reply

Your email address will not be published.