କଂଟାବାଂଜି ସହରାଂଚଳର ଭୂମିହୀନ ବସ୍ତି ବାସିନ୍ଧାଙ୍କୁ ଜମି ପ୍ରମାଣପତ୍ର ବଂଟନ : ୨୩୬୧ଜଣ ଚିହ୍ନଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୫ ଜଣଙ୍କୁ ବାଂଟିଲେ ବିଧାୟକ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ବିଜ୍ଞାପିତ ଅଂଚଳ ପରିଷଦ ସହରାଂଚଳର ୧୬ ଗୋଟି ୱାର୍ଡରେ ବସବାସ କରୁଥିବା ଭୂମିହୀନ ବସ୍ତି ବାସିନ୍ଧାଙ୍କୁ ଜମି ପାଇବା ଯୋଗ୍ୟ ପ୍ରମାଣପତ୍ର ଆଜି ଅପରାହ୍ନ ୫ଟାରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ୱାରା ବଂଟନ କରାଯାଇଛି । ସହରର ୧୬ ଗୋଟି ୱାର୍ଡରେ ବସବାସ କରୁଥିବା ଭୂମିହୀନ ବସ୍ତି ବାସିନ୍ଧାମାନଙ୍କୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ୨୩୬୧ ଜଣଙ୍କୁ ଚିହ୍ନଟ କରାଯାଇଛି ।

ପ୍ରଥମ ପର୍ୟ୍ୟାୟରେ ୧୫ ଜଣ ହିତାଧିକାରୀଙ୍କୁ ଏହି ପ୍ରମାଣପତ୍ର ବଂଟନ କରାଯାଇଛି । କଂଟାବାଂଜି ଏନଏସି.ର ଦ୍ୱିତୀୟ ମହଲାରେ ଥିବା ସଭାଗୃହରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏନଏସି ନିର୍ବାହୀ ଅଧିକାରୀ ଶ୍ରୀମତୀ ସାମ୍ମି ରେଡ୍ଡି ଜୟଶ୍ରୀ, ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇଙ୍କ ସହ ଏନଏସି ଅମିନ କିଶୋର ସୁନା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.