‘ଆମ ଗାଁ ଆମ ବିକାଶ’ ଗୃହ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମରେ ‘ଆମ ଗାଁ ଆମ ବିକାଶ’ ଗୃହ ନିର୍ମାଣ କାର୍ୟ୍ୟ ସମ୍ପନ୍ନ ହୋଇ ସାରିଛି । ବହୁ ବର୍ଷ ଧରି କୌଣସି କ୍କବ କିମ୍ବା କମ୍ପ୍ୟୁନିଟି ସେଣ୍ଟର ନ ଥିବା ବେଳେ ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଚତୁର୍ଭୁଜ ମେହେରଙ୍କ ଆପ୍ରାଣ ଉଦ୍ୟମରେ ଆମ ଗାଁ ଆମ ବିକାଶ ଗୃହ ହୋଇ ପାରିଥିବା ଗାଁ ଲୋକଙ୍କ ଠାରୁ ସୂଚନା ମିଳିଛି । ସରପଞ୍ଚଙ୍କ କହିବା ନୁସାରେ ଆହୁରି ଉନ୍ନତିମୂଳକ କାମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବାରୁ ଗାଁର ଭଦ୍ରବ୍ୟକ୍ତିମାନେ ଆନନ୍ଦ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.