csstore

ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ପ୍ରଶାସନିକ କାର୍ଯ୍ୟରେ ହସ୍ତକ୍ଷେପକୁ ବିରୋଧ କରି ମୁଖ୍ୟ ଗେଟ୍‌ରେ ତାଲା ଦେଲା ବ୍ଲକ କଂଗ୍ରେସ : ବାହାରେ ବୁଲିଲେ ବିଡ଼ିଓ ଓ ସରକାରୀ କର୍ମଚାରୀ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୦ଟା ସମୟରେ ଦେଓଗାଁ ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଦେଓଗାଁ ବ୍ଳକ ଅଧ୍ୟକ୍ଷାଙ୍କ ସ୍ଵାମୀଙ୍କ ହସ୍ତକ୍ଷେପକୁ ବିରୋଧ କରି ବ୍ଲକ ଗେଟ୍‌ରେ ତାଲା ଦେଇ ଧାରଣାରେ ବସିଥିବା ଜଣାପଡ଼ିଛି । କଂଗ୍ରେସ କର୍ମୀମାନେ ଏକ ଦାବୀପତ୍ର ଜରିଆରେ କହିଛନ୍ତି ବ୍ଳକ ଅଧ୍ୟକ୍ଷା ରୀନା ମେହେର ଥିବାବେଳେ ତାଙ୍କ ସ୍ୱାମୀ ଲକ୍ଷଣ ମେହେର ବ୍ଲକର ସବୁ କାର୍ୟ୍ୟରେ ହସ୍ତକ୍ଷେପ କରି ପିଇଓ, ଜିଆରଏସ.ମାନଙ୍କୁ ନେଇ ସମୀକ୍ଷା ବୈଠକ କରି ଦଳୀୟ କର୍ମୀକୁ ନେଇ ସଭାକକ୍ଷରେ ରାଜନୈତିକ କାର୍ୟ୍ୟକ୍ରମ କରିବା ଭଳି ଅଭିଯୋଗ କରିଛନ୍ତି । ଅଧ୍ୟକ୍ଷାଙ୍କ ସ୍ଵାମୀଙ୍କ କାର୍ୟ୍ୟକଳାପକୁ ବିରୋଧ କରି ପ୍ରଶାସନ ରୋକ୍‌ ନ ଲଗାଇଲେ ଆଗମୀ ଦିନରେ ବ୍ଲକ କାର୍ୟ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି କଂଗ୍ରେସ କର୍ମୀମାନେ ମତ ପ୍ରକାଶ କରିଥିଲେ । ଦୀର୍ଘ ୪ ଘଣ୍ଟା ତାଲା ଦେଲା ପରେ ବିଡ଼ିଓ ନବୀନ ଚନ୍ଦ୍ର ପାଢ଼ୀଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମରେ ବ୍ଲକ ସଭାପତି ଯୁଗେଶ୍ୱର ସାହୁ, ବିଧାୟକଙ୍କ ବ୍ଲକ ପ୍ରତିନିଧି କାନ୍ତେସ୍ୱର ପଧାନ, ବରିଷ୍ଠ କଂଗ୍ରେସ ନେତା ଅସିତ ମିଶ୍ର, ପପୁ ପାତ୍ର, ମୟ ପ୍ରଧାନୀ, ମନବୋଧ ହରପାଲ, ରାଜୀବ ପଟେଲ, ହରିଚନ୍ଦ୍ର ଭୋଇ, ମାର୍କଣ୍ଡ ମେହେର, ସୁନ୍ଦରମଣୀ ଦଣ୍ଡସେନା, ନେତ୍ରାନନ୍ଦ ଦୀପ, ଏକାନନ ବୁଦ୍ଧିଆ, ରାଜେନ୍ଦ୍ର ବିଶ୍ୱାଳ, ବିକାଶ ସାହୁ, ମଗନ ରାୟଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.