ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ମିତବ୍ୟୟିତା ଦିବସ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲା ପ୍ରଶାସନ, ସଞ୍ଚୟ ଓ ଆର୍ଥିକ ସେବା ସଂଗଠନ ମିଳିତ ଆନୁକୂଲ୍ୟରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଛି । ଏହି ଅବସରରେ ସଚେତନତା ପାଇଁ ଏକ ସଞ୍ଚୟ ରଥକୁ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଜିଲ୍ଲା ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ରୀତାକାନ୍ତ ବଳିୟାର ସିଂହ, ଡେ଼ପୁଟି କଲେକ୍ଟର କୁମୁଦ ଚନ୍ଦ୍ର ଦଳବେହେରାଙ୍କ ସମେତ ସଞ୍ଚୟ ସେବା ସଂଗଠନର କର୍ମଚାରୀମାନେ ଉପସ୍ଥିତ ଥିଲେ । ଟଙ୍କା ସଞ୍ଚୟର ଗୁରୁତ୍ୱକୁ ଲୋକେ ଉପଲବ୍ଧ କରିବେ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସଞ୍ଚୟ ପାଇଁ ସଚେତନ କରିବ ।

Leave A Reply

Your email address will not be published.

two × five =