ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଂଚ ଆନୁକୂଲରେ ସେକ୍ଟର ପନ୍ଦର ସ୍ଥିତ କମୁନିଟି ସେଣ୍ଟର ସମ୍ମୁଖରେ ଥିବା ଗୋଦାବରୀଶ ମିଶ୍ରଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ସଭା ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅତିଥିମାନେ ପୁଷ୍ପ ମାଲ୍ୟାର୍ପଣ କରି କହିଲେ ପଣ୍ଡିତ ଗୋଦାବରୀଶ ବା କବି ଗୋଦାବରୀଶ କହିଲେ ଓଡ଼ିଶାରେ ତାଙ୍କୁ ସମସ୍ତେ ଜାଣିଥାନ୍ତି ଗୋଦାବରୀଶ ମିଶ୍ର । ବିଶିଷ୍ଟ ଜନସେବି, ରାଜନିତୀଜ୍ଞ କବି ନାଟ୍ୟକାର, ଗାଳ୍ପିକ ଔପନ୍ୟାସିକ ଓଡ଼ିଆ ଜାତୀୟଜୀବନର ବାସ୍ତବ କଥାକାର । କବିଭାବରେ ସେ ଯେତିକି ଓଡ଼ିଶାରେ ପରିଚିତ । ଗଦଶିଳପରେ ସେତିକି ତାଙ୍କର ପ୍ରଦର୍ଶିତା ଅଛି ବୋଲି ଅତିଥି କବି ସୁଶାନ୍ତ କୁମାର ନାୟକ କହି ଥିବା ବେଳେ ଅନ୍ୟତମ ଅତିଥି କବି ଦିବାକର ଦାସ କହିଲେ ସତ୍ୟବାଦୀ ଯୁଗ ଓ ବନବିଦ୍ୟାଳୟର ମୁଖ୍ୟ ଆଦର୍ଶ ଥିଲା ଜାତୀୟ ପ୍ରାଣତା ଓ ଦେଶାତ୍ମବୋଧକ ସାହିତ୍ୟ ସୃଷ୍ଟି ଅନ୍ୟତମ ଅତିଥି ନାଟ୍ୟକାର ପ୍ରଫୁଲ କୁମାର ସାମଲ କହିଲେ ଗୋଦାବରୀଶ ମିଶ୍ର ଥିଲେ ଜଣେ ସଫଳ ଔପନ୍ୟାସିକ ତାଙ୍କର କଲମରୁ ଝରିପଡିଛି ଚାରିଖଣ୍ଡ ଉପନ୍ୟାସ । ସେଗୁଡିକ ହେଲା ଘଟାନ୍ତର, ଅଭାଗିନୀ, ଅଠରଶହ ସତର. ନିର୍ବାସିତ ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ବକ୍ତବ୍ୟରେ କହିଲେ ତାଙ୍କର ଆତ୍ମଜୀବନୀ ପୁସ୍ତକ ଅର୍ଦ୍ଦ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ । ଗୋଦାବରୀଶଙ୍କ ରଚିତ ଦୁଇଖଣ୍ଡ ନାଟକ, ପୁରୁଷୋତ୍ତମ ଦେବ, ମୁକୁନ୍ଦ ଦେବ ଦୁଇଟି ନାଟକ ଜାତୀୟ ଆନ୍ଦୋଳନର ପୃଷ୍ଠଭୂମି ଉପରେ ରଚିତ । ଓଡ଼ିଆ ଭାଷା ସାହିତ୍ୟକୁ ତାଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର ଠାକୁର, ରିଙ୍କୁ ସୁବୁଦ୍ଧି, ବ୍ରହ୍ମାନନ୍ଦ ନାୟକ ସହଯୋଗ କରିଥିଲେ ।
