ବିଜୁ ଜନତା ଦଳର ଜନ ସମ୍ପର୍କ ଅଭିଯାନ ଓ ମିଶ୍ରଣ ପର୍ବ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ହୀରାପୁର ପଂଚାୟତର ବାଗଡୋଲ ଗ୍ରାମରେ ବାଗଡୋଲ ଗାଁର ୱାର୍ଡ ମେମ୍ବର ଅଜାମ୍ବଳ ସେଟଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପରିଷଦ ସଦସ୍ୟ ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଜେଡି ସଂଗଠକ ନିହାର ରଂଜନ ବେହେରା, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ୱାଳ, ନାଏବ ସରପଞ୍ଚ ସର୍ଜନ ବେହେରା ରାଜ ସ୍ୱାଇଁ, ପ୍ରଶାନ୍ତ ସାହୁ ଓ ଅନ୍ୟାନ୍ୟ ବିଜେଡିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସଭା ଆରମ୍ଭ ହେବା ପୂର୍ବରୁ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସଭା ବିଜେଡିର ନୀତି, ଆଦର୍ଶରେ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଟେଭା ୱାର୍ଡ ମେମ୍ବର ମଧୁସୁଦନ ପୁଟେଲ, ବିଶ୍ୱନାଥ ଦୀପ, ବଲ୍ଲଭ ପଧାନ ଓ ଟେଭାଡୁଙ୍ଗରି ଗୌନ୍ତିଆ ଅଭିମନ୍ୟୁ ଭୋଇ, ଅଶ୍ୱିନୀ ସେଠ, ରାମଚନ୍ଦ୍ର ସୁନା, ପ୍ରକାଶ ବାରିକ, କାହ୍ନା ବରିହା, ବଂଶୀଧର ପୁଟେଲ, ଦାମ୍ବୋଧର ପଧାନ ପ୍ରମୁଖ ବିଜେପି ଓ କଂଗ୍ରେସ ଦଳ ପରିତ୍ୟାଗ କରି ନିହାର ରଞ୍ଜନ ବେହେରାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦାନ କରିଥିଲେ । ତାଙ୍କ ସମେତ ହୀରାପୁର, ବାଗଡୋଲ, ଟେଭାଡୁଙ୍ଗରି, ଗୋପାଲପୁରର ୫୦ରୁ ଅଧିକ ଯୁବକମାନେ ମଧ୍ୟ ବିଜେଡିରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ନିହାର ରଞ୍ଜନ ବେହେରା ସ୍ୱାଗତ କରିବା ସହ ବିଜେଡିର ଉତ୍ତରୀୟ ପ୍ରଦାନ କରିଥିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାରା ଓଡିଶାରେ ଚାଲିଥିବା ଯୋଜନାମାନଙ୍କ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ସଭା ଶେଷରେ ରବୀନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.