csstore

ଫୁଲମୁଣ୍ଡାରେ ପ୍ରେସ୍ କନଫରେନ୍ସ ଓ ମିଶନ ଚାଟଶାଳୀ ଉଦ୍‌ଘାଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : କରୋନା ମହାମାରୀ ବିପତ୍ତି ସମୟରେ ଦେଶ ସାରା ତଥା ଓଡ଼ିଶା ରାଜ୍ୟ ସାରା ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିବା ଯୋଗୁଁ ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଆଦିବାସୀ ଖଟିଖିଆ, ଦଳିତ ପରିବାର ଛାତ୍ର ଛାତ୍ରୀ ମାନେ କିପରି ଶିକ୍ଷା ଲାଭ କରିପାରିବେ ଏହାକୁ ଦୃଷ୍ଟିରେ ରଖି, ଆତ୍ମା ଶକ୍ତି ଟ୍ରଷ୍ଟ ଇଣ୍ଡିଆ, ମହିଳା ଶ୍ରମଜୀବୀ ମଞ୍ଚ, ଓଡ଼ିଶା ଶ୍ରମଜୀବୀ ମଞ୍ଚ, ଲୋକ ଉନ୍ନତି ସଂଗଠନ ପାଟଣାଗଡ଼ ଶାଖାଙ୍କ ମିଳିତ ଆନୁକୁଲ୍ୟରେ ଆଜି ମିଶନ ଚାଟଶାଳୀ କାର୍ଯ୍ୟକ୍ରମ ପାଟଣାଗଡ଼ ବ୍ଳକ ବନାଇ ମୁଣ୍ଡା ପଞ୍ଚାୟତ ଫୁଲମୁଣ୍ଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବ୍ଳକ ସଂଯୋଜକ ପରିକ୍ଷିତ ମାଝୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୱ।ଡର଼୍ ମେମ୍ବର ଗୋବିନ୍ଦ ଧରୁଆ ମୁଖ୍ୟ ଅତିଥି, ସ୍ଵଂୟ ସହାୟକ ଗୋଷ୍ଠୀର ସଭାନେତ୍ରୀ କ୍ଷୀରଶ୍ଵରୀ ପରୁଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସଂଯୋଜକ ଶ୍ରୀ ମାଝୀ ମିଶନ ଚାଟଶାଳୀ ପାଠର କାର୍ଯ୍ୟକାରିତା ଏବଂ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଚାଟଶାଳୀକୁ ଆସି ଶିକ୍ଷା ଲାଭ କରିବାକୁ ଅନୁରୋଧ କରିଥିଲେ । ଏଥିରେ ଲୋକ ଉନ୍ନତି ସଂଗଠନର ଜନସାଥୀ ଉଲପି ସାହୁ, ଚାଟଶାଳୀର ଶିକ୍ଷା ସାଥୀ କବିତା ବାରଲେବିଡିଆ, ମମତା ପୁଟେଲଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ମମତା ପୁଟେଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.