୯୨ ବର୍ଷର ଗରିବ ବୃଦ୍ଧଙ୍କୁ ଭତ୍ତା ମିଳୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସହାୟ ଅବହେଳିତ ବୃଦ୍ଧବୃଦ୍ଧାଙ୍କୁ ସରକାରୀ ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ଲାଗୁ କରୁଛନ୍ତି । କିନ୍ତୁ ପ୍ରକୃତ ଭତ୍ତା ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପ୍ରଶାସନର ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପଦ୍ମପୁର ବ୍ଲକ ବରିକେଲ ଗ୍ରାମ ପଞ୍ଚାୟତ ଚାରପାଲି ଗ୍ରାମର ଗରିବ ଚକା ସାହୁଙ୍କୁ ୯୨ ବର୍ଷ ବୟସ ହେଲାଣି । ମାତ୍ର ଆଜି ପର୍ଯ୍ୟନ୍ତ ସେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଛନ୍ତି । ଅନେକ ଥର ପଞ୍ଚାୟତରୁ ଆରମ୍ଭ କରି ପଦ୍ମପୁର ବିଡିଓ‌ଙ୍କ ପର୍ଯ୍ୟନ୍ତ, ଭତ୍ତା ପାଇଁ ଆବେଦନ ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ତେଣୁ ପଦ୍ମପୁର ପ୍ରଶାସନ ଏହି ବୃଦ୍ଧଙ୍କ ପ୍ରତି ଦୃଷ୍ଟି ଦେଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କଲେ ଚିର ଉପକୃତ ହେବେ ବୋଲି ପ୍ରକାଶ କରିଛ‌ନ୍ତି ସେ । ତା‌ଙ୍କୁ ଭତ୍ତା ପ୍ରଦାନ ପାଇଁ ସାଧାରଣରେ ବି ଦାବୀ ହେଉଛି ।

Leave A Reply

Your email address will not be published.