csstore

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅପମୃତ୍ୟୁ ପରେ ମମିତା ମେହେରଙ୍କୁ ମିଳିବ ତ’ ନ୍ୟାୟ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଓଡିଶାକୁ ଚହଳାଇ ଦେଇଥିବା ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍‌ର ଶୌଚାଳୟରେ ଗାମୁଛା ଲଗେଇ ଆତ୍ମହତ୍ୟା କରିଥିବା ଘଟଣା ପ୍ରଘଟ ହେବା ପରେ ଏବେ ମମିତା ମେହେରଙ୍କ ଦିବଂଗତ ଆତ୍ମାକୁ ଉଚିତ ନ୍ୟାୟ ମିଳି ପାରିବ କି ନାହିିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି । ଗୋବିନ୍ଦ ସାହୁଙ୍କ ମୃତ୍ୟୁ ପରେ ଆହୁରି ଅନେକ କିଛି ତଥ୍ୟର ବି ଅପମୃତ୍ୟୁ ଘଟିଛି ବୋଲି ଲୋକେ ଚର୍ଚ୍ଚା କରୁଥିବା ବେଳେ କେହି କେହି ଫାଶୀ ପାଇବା ଯୋଗ୍ୟ ଗୋବିନ୍ଦ ନିଜ ବେକରେ ଫାଶ ପକାଇ ମରିଛି ବୋଲି ଆଲୋନା କରୁଛନ୍ତି । ଏହା ଏକ ସୁପରିକଳ୍ପିତ ହତ୍ୟା ଘଟଣା ବୋଲି ମଧ୍ୟ କେହି କେହି ଯୁକ୍ତି ବାଢ଼ୁଛନ୍ତି । ତେବେ ଉଚ୍ଚସ୍ତରୀୟ ତଦନ୍ତ ଏଭଳି ସଂଦେହର ଅରଣ୍ୟ ଉପରୁ ପର୍ଦ୍ଦା ହଟାଇବ ବୋଲି ଲୋକେ ମତ ପ୍ରକାଶ କରୁଥିବା ଶୁଣିବାକୁ ମିଳୁଛି ।

jayashree
Leave A Reply

Your email address will not be published.