csstore

ବରିଷ୍ଠ ଫଟୋଗ୍ରାଫର୍ କରୁଣାକର ଶତପଥୀଙ୍କୁ ମିଳିବ ଅନ୍ତରାଷ୍ଟ୍ରିୟ ସମ୍ମାନ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ବିଶ୍ୱ ଫୋଟୋଗ୍ରାଫି ଦିବସ ଅବସରରେ ସମ୍ବଲପୁରର ବରିଷ୍ଠ ଫଟୋଗ୍ରାଫର୍ କରୁଣାକର ଶତପଥୀଙ୍କୁ ୟୁନାଇଟେଡ ଷ୍ଟେଟ ଫୋଟୋଗ୍ରାଫି ଏଲାୟଂସ ୟୁ.ଏସ.ଏ ଦ୍ଵାରା ଫଟୋଗ୍ରାଫିରେ ଅନରାରି ଫେଲୋ (ଏଫ୍ ଆଇ ସି ଏସ୍) ମିଳିଛି । ଏହି ସମ୍ମାନ ଶ୍ରୀ ଶତପଥିଙ୍କୁ କଳାତ୍ମକ ଫଟୋଗ୍ରାଫି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ଏବଂ ଅବଦାନ ନିମନ୍ତେ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ଶ୍ରୀ ଶତପଥୀଙ୍କୁ ଅନେକ ରାଷ୍ଟ୍ରିୟ ଏବଂ ଅନ୍ତରାଷ୍ଟ୍ରିୟ ସମ୍ମାନରେ ସମ୍ମାନିତ କରାଯାଇଅଛି । ଏହି ଏଲାୟଂସର ଭାରତୀୟ ପ୍ରତିନିଧି ଏବଂ ଆନ୍ଧ୍ର ପ୍ରଦେଶ, ବିଜୟବାଡ଼ାର ବିଶିଷ୍ଟ ଫଟୋ ଜର୍ଣ୍ଣାଲିଷ୍ଟ ତମ୍ମା ଶ୍ରୀନିବାସନ ରେଡ୍ଡିଙ୍କ ସୂଚନା ଅନୁସାରେ ଏହି ସମ୍ମାନ ପାଇଁ ବିଶ୍ଵର ପ୍ରତିଟି ଦେଶରୁ ପ୍ରତିବେଦନ ପ୍ରାପ୍ତ ହୋଇଥିଲା, ଯେଉଁଥିରୁ ମାତ୍ର ୨୮ଟିର ଚୟନ କରାଯାଇଥିଲା ଏବଂ ଏହି ୨୮ ଜଣଙ୍କ ମଧ୍ୟରେ ୧୨ ଜଣ ଭାରତୀୟ ଥିବା ବେଳେ ଓଡ଼ିଶା, ସମ୍ବଲପୁରର ଏକମାତ୍ର ଶ୍ରୀ ଶତପଥି ସମ୍ମାନ ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯାହା ସମ୍ବଲପୁର କାହିଁକି ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଶ୍ରୀ ଶତପଥିଙ୍କ କହିବା ଅନୁସାରେ ଶ୍ରୀ ତମ୍ମା ଶ୍ରୀନିବାସନ ରେଡ୍ଡି ତାଙ୍କୁ ଇମେଲ ମାଧ୍ୟମରେ ଏହି ସୂଚନା ଦେବା ସହ ଇ-ସାର୍ଟିଫିକେଟ ପଠେଇ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ପହିଲାରେ ବିଜୟବାଡ଼ା ଠାରେ ଶ୍ରୀ ଶତପଥିଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ପ୍ରଦାନ କରାଯିବ ।

jayashree
Leave A Reply

Your email address will not be published.