csstore

ରାଣୀପୁର ଝରିଆଲରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲାର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ୍ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତି ଅଖିଳ ମେହେର ଭୁଲିଆ ଯୁବ ସମାଜ ତରଫରୁ ପାଳିତ ହୋଇଯାଇଛି । ଭୁଲିଆ ଯୁବ ସମାଜ କିପରି ଏକାଠି ହୋଇପାରିବ ଏବଂ ଭୁଲିଆ ପରିବାର ଥିବା ଗାଁରେ ଆମେ କିପରି ଏହି ବୈଠକ କରି ଏକାଠି କରିବା ସେ ବିଷୟରେ ଆଜି ଆମର ବଲାଙ୍ଗିର ଜିଲ୍ଲାର ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲ୍ରେ ମେହେର (ଭୁଲିଆ )ପରିବାରର ଜଣେ ସଦସ୍ୟ ନନ୍ଦ କୁମାର ମେହେରଙ୍କ ନେତୃତ୍ୱରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆମର ଅଖିଳ ଭୁଲିଆ ଯୁବ ସମାଜର ସଭାପତି ଅତୁଲ ରଞ୍ଜନ ମେହେର, ସମ୍ପାଦକ ଲବଣୀଧର ମେହେର, ବଲାଙ୍ଗିରର ସୁଦାମ ମେହେର, ବରଗଡ଼ର ସମୀର ମେହେର ଯୋଗଦେଇଥିଲେ । ଏଥିରେ ଆଖ ପାଖରେ ଥିବା ବହୁତ ଭୁଲିଆ ଗାଁ ଲୋକମାନେ ଯୋଗଦାନ କରିଥିଲେ। କନସିଲ ଗାଁର ଭୁଲିଆ ଯୁବ ସମାଜର ୫ ଜଣିଆ କମିଟି ତିଆରି କରାଗଲା । ସେଥିରେ ଯୋତିସ ମେହେର ସଭାପତି ଭାବେ ସମସ୍ତେ ଗ୍ରହଣ ଗଲେ । ଅନ୍ୟମାନଙ୍କ ମଧ୍ୟରେ ତ୍ରିମନ୍ ମେହେର, ଜାତେକେଶ୍ୱର୍ ମେହେର, ଲୋକନାଥ ମେହେର, କୁସପାନି ମେହେରଙ୍କୁ ସଦସ୍ୟ ରୂପେ ନିଆଗଲା । ଉପସ୍ଥିତ ଥିବା ସଦସ୍ୟମାନେ ହେଲେ ନିରାକାର ମେହେର, ମଞ୍ଜେଶ ମେହେର, ଖବିର ମେହେର, ରବି ମେହେର, ଗଣପତି ମେହେର, ଲାଇବାନ ମେହେର, ଲକ୍ଷ୍ମଣ ମେହେର, ଦାଶରଥି ମେହେର, ଘାସିରାମ ମେହେର, ଧୁବ୍ଲେ ମେହେର, ନିତେଶ ମେହେର ତଥା ଅନେକ ଭୁଲିଆ ଯୁବ ସମାଜର ସଦସ୍ୟମାନେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.