୧୯୭୮ ବ୍ୟାଚ୍‌ର ବନ୍ଧୁ ମିଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ତତ୍କାଳୀନ ଇସ୍ପାତ ଲୋୟର ସେକେଣ୍ଡାରୀ ବିଦ୍ୟାଳୟର ୧୯୭୮ ବ୍ୟାଚ୍‌ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଯୋଡିବା ପ୍ରୟାସରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୋଏଲ ନଗର ସ୍ଥିତ ସି ବ୍ଲକ୍ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଜଗବନ୍ଧୁ ଗାୟନଙ୍କ ଆହ୍ୱାନ କ୍ରମେ ସୁଦାମ ପଟ୍ଟନାୟକ, ଭଗବାନ ରାଉତ, ପ୍ରଶାନ୍ତ ମାର୍ଥା, ଅଶ୍ୱିନୀ ବାରିକ, କୁଞ୍ଜବିହାରୀ ରାଉତ, ରମେଶ ଚନ୍ଦ୍ର ମହାନ୍ତି, ଅରୁଣ ପାତ୍ର, ଅଜିତ କୁମାର ରାୟ ପ୍ରମୁଖ ଯୋଗଦେଇ ଆସନ୍ତା ଅଗଷ୍ଟ ମାସରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ଡ଼ିସେମ୍ବର ମାସରେ ସହରରେ, ସହର ବାହାରେ ଏପରିକି ବିଦେଶରେ ଥିବା ବନ୍ଧୁ ମାନଙ୍କୁ ସହ ଯୋଗାଯୋଗ କରି ଏକ ମେଗା ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯିବ ବୋଲି ସ୍ଥିର କରାଯାଇଛି । ଦୀର୍ଘ ୪୬ବର୍ଷ ପରେ ବନ୍ଧୁ ମାନଙ୍କ ସହ ମିଳନ ପରିବେଶକୁ ଭାବମୟ କରିଥିଲା ।

Leave A Reply

Your email address will not be published.